ସମୟର ସଦୁପଯୋଗ
ସମୟର ସଦୁପଯୋଗ
ହଜି ଯାଇଥିବା ଧନ ମିଳିପାରେ
ସଞ୍ଚିହୁଏ ଧନାଗାରେ ।
ବିତି ଯାଇଥିବା ସମୟ ଫେରେନି
ବନ୍ଦ ହୁଏନି ବାକ୍ସରେ ।।୧।।
ଧନକୁ ସାଇତି ରଖାଯାଇପାରେ
ରୋକି ହୁଏନି ସମୟ ।
ଅଯଥା କାର୍ଯ୍ୟରେ ଅମୂଲ୍ୟ ସମୟ
କରିବାନି ଅପଚୟ ।।୨।।
ସମୟର ଯିଏ କରେ ଉପଯୋଗ
ପାଏ ସିଏ ସଫଳତା ।
ଦୁରୁପଯୋଗ ହିଁ କରୁଥିବା ବ୍ୟକ୍ତି
ପାଏ ସଦା ବିଫଳତା ।।୩।।
ସାଧାରଣଭାବେ ଦେଖିଲେ ସମୟ
କ୍ଷିପ୍ରବେଗେ ଗତି କରେ ।
ବାସ୍ତବରେ ସତ୍ୟ ଶରୀର ଆମର
କ୍ଷୟ ହେଉଅଛି ଧୀରେ ।।୪।।
ବିଚାର କରିବା ବିବେକ ଲଗାଇ
ଯେତିକି ସମୟ ଗଲା ।
ପରମାର୍ଥ ପ୍ରାପ୍ତି ମାର୍ଗରେ ସେଥିରୁ
କେତେ ବିନିଯୋଗ ହେଲା ।।୫।।