ଶ୍ରୀରାମନବମୀ
ଶ୍ରୀରାମନବମୀ
ଶ୍ରୀରାମ' ରାଜୀବ ଲୋଚନ',
ବନ୍ଦଇ' ଜାନ'କୀ ଜୀବନ' ।
ନାମ ମହିମା ଜଗତରେ,
ସାର ତା ଅସାର ସଂସାରେ।
ନବ ନିରଦ କଳେବର,
କୋଦଣ୍ଡ କାଣ୍ଡ ଶୋହେ କର।
ମୁନି ଜନ ମାନସ ହଂସ,
ସୂର୍ଯ୍ୟ ବଂଶର ଅବତଂସ।
ପବିତ୍ର ସରଜୁର ତଟ,
ଅଯୋଧ୍ୟା ନଗରୀ ବିଖ୍ୟାତ ।
ସେ ରାଜ୍ୟେ ସୂର୍ଯ୍ୟବଂଶୀ ରାଜା,
ଆନନ୍ଦେ ପାଳନ୍ତି ପରଜା
ଇକ୍ଷାକୁ ସୁତ ମାନଧାତା,
ହରିଶ୍ଚନ୍ଦ୍ର ଯେ ତାଙ୍କ ସୁତ।
ସେ ହରିଶ୍ଚନ୍ଦ୍ର ନୃପବର,
ସତ୍ୟ ଧର୍ମର ଅବତାର।
ତାହାଙ୍କ କୁମର ଦିଲ୍ଲୀପ,
ରଘୁ ଅଟନ୍ତି ତାଙ୍କ ପୁତ୍ର।
ତାହାଙ୍କ ଠାରୁ ରଘୁବଂଶ,
ମହୀରେ ବଢାଇଲେ ଯଶ।
ରଘୁ ସୁତ ଅଜ ନୃପତି,
ତାହାଙ୍କ ରାଣୀ ଇନ୍ଦୁମତୀ।
ଅଜ ନନ୍ଦନ ଦଶରଥ,
ହେଲେ ଅଯୋଧ୍ୟାପୁର ନାଥ।
କୌଶଲ୍ୟା,କୈକେୟୀ,
ସୁମିତ୍ରା ଦଶରଥଙ୍କ ତିନି ଯୋଷା
ଆନନ୍ଦେ ପାଳନ୍ତି ସେ ପ୍ରଜା,
ତ୍ରିପୁରେ ଉଡେ ଧର୍ମ ଧଜା ।
ଧନ ଧାନ୍ୟରେ ପରିପୂର୍ଣ୍ଣ,
ଯଶ ଗୌରବ କୀର୍ତ୍ତି ମାନ।
ନଥିଲା ସନ୍ତାନର ସୁଖ,
ସର୍ବଦା ସକଳେ ବିମୁଖ।
ଅପୁତ୍ରିକ ନାରୀ ବେଦନା,
ଅନୁଭବୀ ଏ ଜାଣେସିନା।
ସୁମନ୍ତ୍ର ନାମେ ମନ୍ତ୍ରୀ ବର,
ଡକାଇ ରାଜା ନିଜପୁର
ବୋଇଲେ କର ପ୍ରତିକାର,
ଅପୁତ୍ରିକ ଦୋଷୁ ଉଦ୍ଧର।
କଶ୍ୟପ ସୁତ ବିଭାଣ୍ଡକ,
ରୁଷ୍ୟଶ୍ରୁଙ୍ଗ ଯେ ତାଙ୍କ ସୁତ।
ପୁତ୍ରେଷ୍ଟି ଯଜ୍ଞ ଆୟୋଜନ,
କରିଲେ ଲଭିବ ସନ୍ତାନ।
ଡକାଇ ରୁଷ୍ୟଶ୍ରୁଙ୍ଗ ବରେ,
ଯଜ୍ଞ କରିଲେ ଆଡ଼ମ୍ବରେ।
ବଶିଷ୍ଟାଦି ଋଷି ସକଳ,
ସକଳେ ପାଞ୍ଚିଲେ ମଙ୍ଗଳ।
ଯଜ୍ଞରୁ ହେଲା ଚରୁ ଜାତ,
ପାଇ ରାଣୀଏ ହେଲେ ପ୍ରିତ।
ଚଇତ୍ର ଶୁକ୍ଳ ନବମୀରେ,
ଜନମିଲେ ଚାରି କୁମରେ।
ଶ୍ରୀରାମ, ଲକ୍ଷ୍ମଣ, ଭରତ,
ଶତ୍ରୁଘ୍ନ ଆଦି ଚାରି ପୁତ୍ର।
ସକଳେ ହୋଇଲେ ଆନନ୍ଦ,
ସ୍ୱର୍ଗେ ଥାଇ ବିବୁଧ ବୃନ୍ଦ।
ଧରଣୀ ହୋଇବ ଉଶ୍ୱାସ,
ସକଳ ଦୁଃଖ ଯିବ ନାଶ।।