ମହା ବିଷୁବ ସଂକ୍ରାନ୍ତି ଘନାଶ୍ୟାମ ଜେନା
ମହା ବିଷୁବ ସଂକ୍ରାନ୍ତି ଘନାଶ୍ୟାମ ଜେନା
ଶୀର୍ଷକ. "ମହା ବିଷୁବ ସଂକ୍ରାନ୍ତି"। କବି କୁସୁମ।ଗୌରବ ଘନଶ୍ୟାମ ଜେନା ହିନ୍ଦୁ ମାନଙ୍କର ପବିତ୍ର ଦିବସ ମହାବିଷୁବ ସଂକ୍ରାନ୍ତି ଶ୍ରୀରାମ ଭକତ ହନୁମାନଙ୍କର ଅଟଇ ଜନ୍ମ ଜୟନ୍ତୀ।୧। ଓଡ଼ିଆ ମାନଙ୍କ ନୂତନ ବରଷ ପଣା ସଂକ୍ରାନ୍ତି ରୂପରେ ସୁସ୍ୱାଦୁ ପଣାର ଆସର ଜମଇ ଓଡ଼ିଆଙ୍କ ଘରେ ଘରେ।୨। ନଡ଼ିଆ,କଦଳୀ,ଗୁଡ଼,ଛେନା ଦଳି ଗୋଲ ମରିଚ ସହିତ ଦଧି,ଦୁଧ,ବେଲ କରି ସମତୁଲ ପଣାକରନ୍ତି ପ୍ରସ୍ତୁତ।୩। ଦେବାଦେବୀ ପାଶେ ପଣା ଭୋଗଦେଇ ପାଆନ୍ତି ଭକ୍ତ ସକଳ ପ୍ରଚଣ୍ଡ ତାତିରୁ ଉପଶମ କରେ ଶରୀର ପାଇଁ ମଂଗଳ।୪। ଓଡ଼ିଆ ମାନଂକ ନୂତନ ପଞ୍ଜିକା ଆଜ ହୁଏ ପ୍ରଚଳନ ସକଳ ଓଡ଼ିଆ ପାଠ କରିଥାନ୍ତି ଆଜିର ପବିତ୍ର ଦିନ।୫। ଆମରି ସଂସ୍କୃତି ଆମ ପରମ୍ପରା ସତରେ କେଡେ ନିଆରା ଋତୁ ଅନୁଯାୟୀ,ପରବ ପର୍ବାଣୀ ପିଠା ପଣାର ପସରା।୬। ମହାଦେଈପୁର,ପାରଳାଖେମୁଣ୍ଡି,ଗଜପତି।
