ଦଳିତ ବନ୍ଧୁ ଆମ୍ବେଦକର
ଦଳିତ ବନ୍ଧୁ ଆମ୍ବେଦକର
ଅପ୍ରେଲ ଚଉଦ,ଆମ୍ବେଦକରଙ୍କ
ପବିତ୍ର ଜନ୍ମ ଜୟନ୍ତୀ,
ଭାରତ ବର୍ଷରେ,ସର୍ବ ପଲ୍ଲୀ ପୁରେ
ମହାଡମ୍ବରେ ପାଳନ୍ତି।
ସ୍ଵାଧୀନ ଭାରତ ବର୍ଷର "ଲିଖିତ
ସମ୍ବିଧାନ"ର ପ୍ରଣେତା,
ମାହାର ଜାତିରେ, ଜନମି ହୋଇଲେ
ଦଳିତଙ୍କ ତ୍ରାଣକର୍ତ୍ତା।
ପିଅର ରାମଜୀ ସଜପାଲ୍ ତାଙ୍କ
ମାତା ନାମ ଭୀମାବାଈ,
ସତର ବର୍ଷରେ ରାମବାରେ ସଙ୍ଗେ
ଥିଲେ ସେହି ବାହାହୋଇ ।
ଦଳିତଙ୍କ ପକ୍ଷେ, ପାଠ ପଢ଼ା ଥିଲା
ଅତି ଦୁରୂହ ବ୍ୟାପାର,
ବିଏ ପାସ୍ କରି, ଆପେ ବନିଗଲେ
ଶ୍ରେଷ୍ଠ ଦଳିତ ଜାତିର।
ବରୋଦା ରାଜାଙ୍କ,ସହାୟତା ବଳେ
ଗଲେ ସେହୁ ଆମେରିକା,
ଏମଏ,ଡକ୍ଟରେଟ୍,ସାରି ଅବଶେଷେ
ଲେଉଟିଲେ ନିଜ ଦେଶ।
ଛୁଆଁ ଅଛୁଆଁକୁ,ନିର୍ମୂଳ କରିବେ
ଜାରିରଖିଲେ ସଂଗ୍ରାମ,
ଦଳିତ, ପତିତ,ଶୋଷିତଙ୍କ ପାଇଁ
କଲେ ବାରିଷ୍ଟରି କାମ।
ସ୍ୱାଧୀନତା ସଂଗ୍ରାମରେ ଦେଇ ଝାସ
ମିଳିଲେ ଗୋଲଟେବୁଲେ,
ଗାନ୍ଧୀଜୀ,ନେହୂରୁ ସଙ୍ଗତେ ମିଶିଣ
ଦେଶ ହିତେ ବ୍ରତୀ ହେଲେ।
ପାଇ ଉଚ୍ଚ ଶିକ୍ଷା,ବୌଦ୍ଧ ଧର୍ମେ ଦୀକ୍ଷା
ଆଣିଲେ ଦେଶେ ସମତା,
ଭାରତରତ୍ନରେ ହୋଇ ବିମଣ୍ଡିତ
ଦଳିତଙ୍କ ତ୍ରାଣକର୍ତ୍ତା।
