STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

1 min
14


ହିନ୍ଦୁ ମାନଙ୍କର ପବିତ୍ର ଦିବସ

ମହାବିଷୁବ ସଂକ୍ରାନ୍ତି 

ଶ୍ରୀରାମ ଭକତ ଶ୍ରୀହନୁମାନଙ୍କ

ଅଟଇ ଜନ୍ମ ଜୟନ୍ତୀ।


ନୂତନ ବର୍ଷର ପ୍ରଥମ ଦିବସେ 

ଓଡ଼ିଆଙ୍କ ଘରେ ଘରେ 

ସୁସ୍ୱାଦୁ ପଣାର ଆସର ଜମଇ

ପଣା ସଂକ୍ରାନ୍ତି ରୂପରେ।


ନଡ଼ିଆ,କଦଳୀ,ଗୁଡ଼,ଛେନା ଦଳି

ଗୋଲ ମରିଚ ସହିତ

ଦଧି,ଦୁଧ,ବେଲ କରି ସମତୁଲ

ପଣାକରନ୍ତି ପ୍ରସ୍ତୁତ।


ଦେବାଦେବୀଙ୍କଠି ପଣା ଭୋଗଦେଇ 

ପାଆନ୍ତି ଭକ୍ତ ସକଳ 

ପ୍ରଚଣ୍ଡ ତାତିରୁ ଉପଶମ କରେ 

ଶରୀର ପାଇଁ ମଂଗଳ।


ଓଡ଼ିଆ ମାନଂକ ନୂତନ ପଞ୍ଜିକା 

ଆଜ ହୁଏ ପ୍ରଚଳନ 

ସକଳ ଓଡ଼ିଆ ପାଠ କରିଥାନ୍ତି

ଆଜିର ପବିତ୍ର ଦିନ।


ଆମରି ସଂସ୍କୃତି ଆମ ପରମ୍ପରା

ସତେରେ କେଡେ ମହାନ

ଋତୁ ଅନୁଯାୟୀ,ହୁଏ ପିଠା ପଣା 

ପର୍ବ ପର୍ବାଣୀ ପାଳନ।



Rate this content
Log in

Similar oriya poem from Inspirational