Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ହେ ଚକାନୟନଘନଶ୍ୟାମ ଜେନା

ହେ ଚକାନୟନଘନଶ୍ୟାମ ଜେନା

1 min
6


ହେ ଚକାନୟନ

କବି କୁସୁମ ଗୌରବ ଘନଶ୍ୟାମ ଜେନା

ନିତି ନିତି ଦେଖୁଥାଇ ଚକାନୟନ

ଶ୍ରୀ ଚରଣେ ସମର୍ପିତ, ଏ ପଞ୍ଚପ୍ରାଣ..ଚକାନୟନ।

ତୁଳସୀ ଦୟଣା ମାଳ, ଲମ୍ବିଅଛି କି ମଞ୍ଜୁଳ

ଶିରେ ଶୋହେ ଦୂର୍ବାଦଳ,କି ଶୋଭାବନ..ଚକାନୟନ।

ରଙ୍ଗାଧରେ ଦର ହାସ, କି ସୁନ୍ଦର ପୀତବାସ

ମନକୁ କରେ ଉଲ୍ଲାସ, ମନମୋହନ.. ଚକାନୟନ।

ରତନ ବେଦିର ପରେ, ବସି ଚକା ବଇଠିରେ

ଭକତ ଜନ ଆତୁରେ କରେ ବନ୍ଦନ..ଚକାନୟନ।

କରେ ଘନଶ୍ୟାମ ଅଳି, ଶ୍ରୀ ଚରଣେ ନିଅ ତୋଳି.

ପତିତପାବନ ବୋଲି,।ଉଡ଼େ କେତନ..ଚକାନୟନ।



Rate this content
Log in

Similar oriya poem from Inspirational