Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4.5  

Panchanan Jena

Inspirational

ଶବ୍ଦ ଶୁଭେଚ୍ଛା

ଶବ୍ଦ ଶୁଭେଚ୍ଛା

1 min
271


ଆଖିରେ ଭ୍ରମ ନିଳାମ୍ବୁ ପ୍ରେମ

   ବର୍ଷାବିଧୌତ ସ୍ନିଗ୍ଧ ଚାହାଣୀ

ଆୟତ ନୟନେ ଚଷମା ଆନନେ

  ହାଣି କହେ କେତେ ମୁଗ୍ଧ କାହାଣୀ |


ଯୌବନ ବୋଇତ ବାହି ଯାଏ ନିତି

   ଭଗ୍ନଶିଳାର ନଗ୍ନଦେଶେ 

ହସ - ମୁକୁତାର ବେପାର କରେ

   କାଉଁରୀ କିରୀଟ ବେଶେ |


ହସେଇଦିଏ ହାତ ମିଳାଏ କୋଳାଏ

   ବିପଦ ଆପଦେ ଆଶାବାଡ଼ି

ଚଗଲା ଚଉତାଳି ହୁଏ ବାଉଳି

   ଦୁଃଖ ଦୁର୍ଦ୍ଧିନେ ଫୁଲପେଡ଼ି |


ବରଗଛ ପରି ହୃଦୟ ତାର ସବୁ   

    ଋତୁର ବନ୍ଧୁ ମଭଡ଼ମଣୀ

ସୁସ୍ଥ ସତେଜ ସ୍ପଷ୍ଟ ସ୍ଫଟିକ ପରି ଦାଉ 

  ଦାଉ ଜ୍ଞାନ ଗରିମା ବାଣୀ ।


ଭୂମୀରୁ ଭୂମା ସେ ପ୍ରସାରିତ ହସ୍ତ

   ନିରନ୍ତର ଆଉ ଚିରନ୍ତନ

କାଳିଆ ଠାକୁର ଭରନ୍ତୁ କରୁଣା

   ମୁଖରିତ ହେଉ ଜୟଗାନ |


 କବି ଭାବୁକ ପ୍ରଜ୍ଞାଦୀପ୍ତ ପ୍ରଭଞ୍ଜନ 

    ଛୁଏଁ ସବୁ ବର୍ଗ ପ୍ରାଣ ମନ 

  ବହୁଧା ଧୀଶକ୍ତି ଧମନୀରେ ଧାଏଁ

  ଉଦବେଳିତ ସମର୍ପିତ ଜୀବଧନ |


ଶୁଭ ଜନ୍ମଦିନେ ପ୍ରଭୁ ପଦ୍ମପାଦେ

   ଗୁହାରୀ କରେ ଅଧମ ନରାଧମ

ଶୂନ୍ୟ ଜୀବନରେ ପୁରିଉଠୁ ଦୟା

   କରୁଣା ପ୍ରେମ କ୍ଷମାର

    ଖର୍ବ ପରାର୍ଧ ଅପରିସୀମ |



Rate this content
Log in

Similar oriya poem from Inspirational