STORYMIRROR

Bapoo Tripathy

Inspirational

3  

Bapoo Tripathy

Inspirational

ଶିଳ୍ପୀ ତୁମେ

ଶିଳ୍ପୀ ତୁମେ

1 min
153

କୀର୍ତ୍ତିକାର ଆହେ କୀର୍ତ୍ତିବାନ ତମେ

ରଚିଗଲ ତୁମେ କେତେ ଯେ ସ୍ମୃତି

ଆମେ ରକ୍ଷାକାରୀ ଭକ୍ଷକ ହେଲୁ

ଭାଙ୍ଗିଦେଲୁ ସବୁ ସ୍ମୃତିର ଗୀତି ।1

 ନିହାଣ ମୁନରେ ପ୍ରସ୍ତର ଉପରେ

ରଚିଗଲ ତୁମେ କେତେ ଯେ ଗାଥା

ଓଡ଼ିଆ ପୁଅର ଲେଖନୀ ଚଳେନୀ

ହୁଏ ନାହିଁ ମନେ ଟିକେ ବି ବ୍ୟଥା ।2

ଭଗ୍ନ ଶିଳାରେ ତୁମ ସ୍ମୃତି ଲେଖା

ଦେଖିବାକୁ ଆସେ ବିଦେଶୀ ଭାଇ

ଆମେ ଯେ ଓଡ଼ିଆ ଜାଣିନାହୁଁ ଆଜି

କୋଣାର୍କ ଚକ୍ରରେ କେତୋଟି ବାହୀ ।3

ପୁରୀ ଶ୍ରୀମନ୍ଦିର ତୁମରି କଳାର

ଆଉ ଏକ ନିଦର୍ଶନ

କଳା ବି ରଚିଲ ବିଜ୍ଞାନ ସାଧିଲ

ଚମକିବ ଚିରଦିନ ।4

ଖଣ୍ଡଗିରିର ଖଣ୍ଡ ଶିଳାକୁ 

ଜୀବନ୍ତ କରିଛ ନିହାଣ ମୁନେ

ହାତୀ ଗୁମ୍ଫା ସଙ୍ଗେ ରାଣୀ ଗୁମ୍ଫା

ତୁମ କୀର୍ତ୍ତିର ବାର୍ତ୍ତା ବୁଣେ ।5

ଆମେ ଅପ।ରଗ ରଖିନୁ ସରାଗ

ବୁଝିନାହୁଁ କେବେ ମହତ୍ଵ କିଛି

ଆମ ଆଖି ଆଗେ ଚୁରମାର ଆଜି

ଆମର ଯା' କିଛି ବାକି ଯେ ଅଛି ।6

ଆମରି ଐତିହ୍ୟ ଆମ ପରମ୍ପରା

ଗଲୁଣି ତ ସବୁ ଆମେ ଯେ ଭୁଲି

ପାନ ଖାଇ ପୁଣି ଥୁକି ଦେଉ ସେଠି

କେହି ନ ଦେଖିଲା ଭଳି ।7



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational