STORYMIRROR

Bapoo Tripathy

Inspirational Others

3  

Bapoo Tripathy

Inspirational Others

ଭୂଲୁଣ୍ଠିତ ଆଜି ଜନନୀର କାୟା

ଭୂଲୁଣ୍ଠିତ ଆଜି ଜନନୀର କାୟା

1 min
176


ଭୂଲୁଣ୍ଠିତ ଆଜି ଜନନୀର କାୟା, ବିଶ୍ଵେ ଆଜି ପରିହାସିତ

ଦିନେ ଥିଲା ଯିଏ ବିଶ୍ୱ ବିଜୟିନୀ, ଅଟଇ ଆଜି ପରାଜିତ।

ଓଡିଶା ମା’ର ସନ୍ତାନ ମୁହିଁ ଆଉ ନ ପାରଇ ସହି,

ଭଗ୍ନ ଶିଳାର ନଗ୍ନ ନାରୀ ସେ ଉତ୍ତରୀୟ ଖଣ୍ଡେ ନାହିଁ।

ଯେତେ ମୁଁ ଡାକିଲେ ଯାହା ମୁଁ କହିଲେ କେହି ଚାଲି ଆସେ ନାହିଁ,

ମା’ର ମହତ ରଖିବା ପାଇଁକି କେହି ଥରେ ଭାବେ ନାହିଁ।

ମାତୃଭାଷା ବୋଲି ନାହିଁ କିଛି ଆଜି, ବିଦେଶୀକୁ କରୁ ଆଦର,

ଯେଉଁ ବିଦେଶୀକୁ ହଟାଇବା ପାଇଁ କରିଥିଲୁ କେତେ ସମର।

ଜୟୀ ରାଜଗୁରୁ, ବକ୍ସି ପରିକା କେତେ ଯେ ଯୋଗ୍ୟ ସନ୍ତାନ,

ଆଜିର ଅଯୋଗ୍ୟ ମାନଙ୍କ ପାଇଁକି ଅଲୋଡ଼ା ତାଙ୍କ ଜୀବନ।

ପୁଣ୍ୟ ଉତ୍କଳେ ଶୁଭୁନାହିଁ ଆଉ ଗୀତା ଭାଗବତ ବାଣୀ,

ସଭିଏଁ ଉନ୍ମାଦ କରନ୍ତି ଉତ୍ପାତ ନ ମିଳେ କେ ଜଣେ ଗୁଣି।

କାରୁବାକି ପାଇଁ କଳିଙ୍ଗ ଯୁଦ୍ଧ୍ୟରେ ଅଶୋକ ପାଇଲେ ରାହା,

ହେଲେ ଆଜି ଏଇ ଅଲୋଡ଼ା ଓଡ଼ିଆ ପାଏ ନାହିଁ କିଛି ସାହା।

ଯଦୁବଂଶ ଦିନେ ଧ୍ବଂସ ହେଲାପରି ଓଡିଶା ହୋଇବ ଧ୍ବଂସ,

ବିଦେଶୀ କହିବା ବାଲାଏ ଏଠାରେ ଗଢ଼ିଦେବେ ରାଜବଂଶ।

ମା’ଟା ଆମର ଓଡ଼ିଆ ଯେହେତୁ ଭାଷା ପାରୁନାହିଁ ବୁଝି,

ତଥାପି ସେ ରାନ୍ଧେ ସନ୍ତାନ ପାଇଁକି ଭୋକ ସଙ୍ଗେ ଯାଏ ଯୁଝି।

ବୋଉ ହାତରନ୍ଧା ପଖାଳ ଖାଇକି ଆମେ ହୋଇଅଛୁ ବଡ,

ପଖାଳ ପାଣିଟା ବିଷାକ୍ତ କହିକି ବୋହୂ ଦେଉଅଛି ବାଡ।

ଓଡ଼ିଆ ଘରର ବୋହୁ ନୁହେଁ ସେ ଉଗ୍ର ଆଧୁନିକା ନାରୀ,

ସ୍ୱାମୀ ସନ୍ତାନ ଛାଡିଦେଲା ପରେ ଆଉ ସମସ୍ତେ ଅଇରୀ।

ପିଲାଙ୍କୁ ଇଂରାଜୀ ପଢ଼ାଇବା ପାଇଁ କରିଦିଏ ଯେବେ ବାଧ୍ୟ,

ପୁରୁଷ ହୋଇବି ବାପଟିର କିଛି କରିବାକୁ ନାହିଁ ସାଧ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational