STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଗୌରବର ଗାଥା ଗୁଞ୍ଜୁ ଥାଉ ବିଶ୍ବେ

ଗୌରବର ଗାଥା ଗୁଞ୍ଜୁ ଥାଉ ବିଶ୍ବେ

1 min
196


ଗୁଞ୍ଜୁ ଅଛି ବିଶ୍ବେ ଜନ୍ମଦିନ ତବ

ଜନ ଆଶିର୍ବାଦେ ଆଜି,

ଅନ୍ଧାର ରୁ ତୁମେ ଆଲୋକ ଆଣିଲ

ସ୍ବାଧୀନ ଗ୍ରାମୀଣ ଆଜି।


ବିଭୂ ଶକ୍ତି ଧରି ଆବିର୍ଭାବ ଦେଶେ

କାର୍ଯ୍ୟ ଜନହୀତ ଏବେ,

ଅସମ୍ଭବ ସବୁ ସମ୍ଭବ କରିଲ

ଗୁଞ୍ଜୁ ଅଛି ନାମ ଭବେ।


ରାମରାଜ୍ୟ ପରି ଶାସନ କରୁଛ

ଜନତା ମଙ୍ଗଳ ପାଇଁ,

ଆତ୍ମନିର୍ଭରଟି କରୁଛ ଦେଶକୁ

ଦେଶର ଉନ୍ନତି ପାଇଁ।


ଦିନରାତି କାର୍ଯ୍ୟ ଜନତା କଲ୍ୟାଣେ

ଛୁଟି ନାହିଁ ତବ ଦିନେ,

ଶକ୍ତିଶାଳୀ ତୁମେ ଦେଶକୁ କରୁଛି

ଗୁଞ୍ଜୁ ଅଛି ନାମ ଜନେ।


ଭାଗ୍ୟ ବଳୁ ଦେଖୁ ଦେଶର ଗୌରବ

ବିଶ୍ବେ ଗୁଞ୍ଜେ ଦେଶ ନାମ,

ସର୍ବଶ୍ରେଷ୍ଠ ନେତା ବିଶ୍ବର ପଟଳେ

ଲେଖିଛନ୍ତି ତବ ନାମ।


ଅଦୃଶ୍ୟ ରୋଗର ପ୍ରତିକାର କଲ

ସ୍ବଦେଶୀ ଟିକା କୁ ଦେଇ,

ନିର୍ମିତ ଦେଶରେ କୋରନାର ଟିକା

ଆତ୍ମନିର୍ଭରଟି ହୋଇ।


ଆଜି ଜନଜନ ବ୍ୟାଙ୍କରେ ଜଡ଼ିତ

ଭ୍ରଷ୍ଟାଚାର ନାହିଁ ଏବେ,

ଦେଶର ସୈନିକ ଶକ୍ତିଶାଳୀ ଏବେ

ଭୟେ ଶତ୍ରୁ କମ୍ପେ ଏବ।


ଜନଜନ ମଧ୍ୟେ ତବ ନମ ଗୁଞ୍ଜେ

ମୋଦି ମୋଦି ରାଵ୍ ରାଷ୍ଟ୍ରେ,

ଛାତ୍ରଛାତ୍ରୀ ମଧ୍ୟେ ତବ ଉପଦେଶ

କାର୍ଯ୍ୟକାରୀ ହୁଏ ରାଷ୍ଟ୍ରେ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଟି

ଶୁଭ ହେଉ ଜନ୍ମଦିନ,

ଆଦରେ ଜନତା ବିଚ୍ଛନ୍ନା ଭୂମିରୁ

ମାନୁଛନ୍ତି ଜନ୍ମଦିନ।


ଝାଡ଼ଖଣ୍ଡ ରାଜ୍ୟେ ଜନ୍ମଦିନ ଗୁଞ୍ଜେ

ଜନତା ମଧ୍ୟରେ ଆଜି,

ଚଲା ପଥ ତବ ଶୁଭମୟ ହେଉ

ଜନ ଆଶୀର୍ବାଦ ଆଜି।


ଗୁଞ୍ଜୁ ଅଛି ବିଶ୍ବେ ଜନ୍ମଦିନ ତବ

ଜନ ଆଶିର୍ବାଦେ ଆଜି,

ଅନ୍ଧାର ରୁ ତୁମେ ଆଲୋକ ଆଣିଲ

ସ୍ବାଧୀନ ଗ୍ରାମୀଣ ଆଜି।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational