STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଫେରେଇ ପାରିବା କି ଅଭୁଲା ଅତୀତ

ଫେରେଇ ପାରିବା କି ଅଭୁଲା ଅତୀତ

1 min
191

ସଂସାରରେ ନାରୀଟିଏ ହୋଇ ଏ 

ସଂସାରେ ଜନମ ନିଏ

ମା, କନ୍ୟା, ଭଉଣୀ, ଭାର୍ଯ୍ୟା ବିଭିନ୍ନ 

ରୂପରେ ଅବତୀର୍ଣ୍ଣ ହୁଏ


ଆନନ୍ଦରେ ବିଭିନ୍ନ ପ୍ରକାର କର୍ତ୍ତବ୍ୟ 

ସମ୍ପାଦନ କରୁ ଥାଏ 

ହୃଦୟେ ତାହାର ପ୍ରେମ, ପ୍ରୀତି ଓ

ଶ୍ରଦ୍ଧା ଭରି ରହିଥାଏ


ପ୍ରଶ୍ନ ମୋର, ରାଧାରାଣୀ ବିନା କାହ୍ନୁର

ସ୍ଥିତି କି ସମ୍ଭବ ହୁଏ

କାହିଁକି ତାହାର ଜନମ ଗୋଟିଏ ବୋଝ 

ଭଳି ଠିଆ ହୁଏ


ଡାକ୍ତରଙ୍କ ପରୀକ୍ଷା ପରେ ଗର୍ଭରେ ଝିଅ 

ବୋଲି ଜଣା ପଡିଲେ

ପୁଅଟିଏ ନୁହେଁ, "ଆବର୍ସନ୍ କର" କୂଳ 

କି ରକ୍ଷା କରିବ, କହି ହେଲେ


ସ୍ୱାମୀ ପୁଅ ହେଲେ ମନ ଲାଖି ଉପହାର

ଦେଵି ବୋଲି କହିଥିଲେ

ଝିଅ ଜନମିବ କଥା ଶୁଣି, ନିଜ ମୁହଁକୁ 

ଘୃଣାରେ ବୁଲେଇ ଦେଲେ


ଶାଶୁର ପିଲା ହେବ ଶୁଣି କେତେ କେତେ 

ଆଶାର ସତେଜତା ଆସିଥିଲା

ଝିଅ ଜନମ କଥା ଶୁଣି ମନ ଭାଙ୍ଗି ଯାଇ 

ନିମିଷକେ ଆନନ୍ଦ ମଉଳି ଗଲା 


ମାତୃତ୍ୱର ମନେ ଭୃଣ ହତ୍ୟା କଥା ଶୁଣି 

ଲୁଚେଇ ଲୁଚେଇ କାନ୍ଦୁଛି

କୋହ ମିଶା ଆବେଗରେ ବାଷ୍ପରୁଦ୍ଧ କଣ୍ଠେ 

ମନ ତ ଅଣlୟତ୍ତ ହୋଇଛି


ଭାବୁଛି ମନରେ ସମାଜେ ସବୁ ମାନବିକ ନୀତି

କଅଣ ଉଭେଇ ଗଲା

ଆତୁରେ କଅଣ ନିୟମ ନାସ୍ତି, ମନରେ ଭାବୁଛି 

ସ୍ୱାର୍ଥ ପାଇଁ ନିୟମ କୁଆଡେ ଗଲା


ମନରେ ଆସୁଛି ଝିଅର ଭୂମିଷ୍ଠ ହେବା କାହିଁକି 

ବୋଝ ହୋଇଛି

ସଂସାର ପାଇଁ ସେ କାହିଁକି ଏକ ଅଲୋଡ଼ା

ଅଖୋଜା ଜୀବ ବନିଛି


ନାହିଁ କଅଣ ତାହାର ସାମ୍ବିଧାନିକ ମୌଳିକ 

ବଞ୍ଚିବାର ଅଧିକାର?

ସେ କଅଣ ଏକ ସାମଗ୍ରୀ, ହେବ ନିଷ୍ଠୁରତା ଓ 

ବର୍ବରତାର ନିରୀହ ଶିକାର


ମନରେ ଭାବୁଛି, କେତେ ପ୍ରଚାର ଭାରତୀୟ

ସଂସ୍କାର ସଂସ୍କୃତିର ପ୍ରଚାର

ହଜିଯାଏ କାହିଁକି ଏ ପରିସ୍ଥିତିରେ ସବୁ ପରମ୍ପରା

ଏହି ସମାଜ ଭିତର


ପ୍ରଶ୍ନ ମୋର ଏହି ସମାଜକୁ ଦିଅ ଉତ୍ତର


କାହିଁ ଗଲା ସେହି ଦିନ ଅଭୁଲା ଅତୀତ

ଫେରେଇ ପାରିବା କି ତାହାକୁ କୁହ ତ



Rate this content
Log in

Similar oriya poem from Inspirational