STORYMIRROR

Prasanna kumar sahu

Inspirational

4  

Prasanna kumar sahu

Inspirational

ଲୁଣ୍ଠିତ ଉତ୍କଳ

ଲୁଣ୍ଠିତ ଉତ୍କଳ

1 min
239

ମୋ ଉତ୍କଳ ମାତା

ଜଗତେ ପୂଜିତା

ଘୁମୁରି କାନ୍ଦୁଛି ଆଜି,

ଲୁଣ୍ଠିତ ହୋଇଛି

ସର୍ବସ୍ବ ତାହାର

ଅତୀତ କିରତି ରାଜି।


ତା' ର ନାମ ସଦା

ବଦଳି ହେଉଛି

କାହାର ସେ କୁ ମନ୍ତ୍ରଣା,

ମହତ୍ ଲକ୍ଷ ଯେ

ଉତ୍କଳ ମାତାର

ହୋଇ ଅଛି ବାଟବଣା।


ନାମ ଟି ତାହାର

ସଦା ବଦଳିଛି

କିଛି କରି ପାରେ ନାହିଁ,

ଜୁଳୁ ଜୁଳୁ ହୋଇ

ଅନାଇ ରହିଛି

କି ଜରି ପାରିବ ସେହି ।


କୋଶଳ ରୁ ହେଲା

କଳିଙ୍ଗ ଯେ ପୁଣି

ଜଳୀଙ୍ଗୁ ଉତ୍କଳ ହେଲା,

ଉତ୍କଳ ରୁ ପୁଣି

ହୋଇଲା ସେ ଉଡ୍ର

ଉଡ୍ର ଓଡ଼ିଶା ହୋଇଲା।


ଲୁଣ୍ଠିତ ହୋଇଛି

ତା ସୌନ୍ଦର୍ଯ୍ୟ ଆଜି

ଭଗ୍ନ ବାରବାଟୀ ଦୁର୍ଗ

ନାହିଁ ସେ ସୌନ୍ଦର୍ଯ୍ୟ

କୋଣାର୍କ ର ଆଉ

ରହିଥିଲା ଯାହା ଆଗ।


ଝୁରେ ଖଣ୍ଡ ଗିରି

ଝୁରେ ଶିଳା ଲେଖ

ଅଶୋକ ରାଜାଙ୍କୁ ଆଜି,

ଖୋରଧା ପାଇକ

ଖୋଜୁଛି ଉତ୍କଳ

ସଚ୍ଚା ଦେଶ ଭକ୍ତ ରାଜି।


ତା ସନ୍ତାନ ଆଜି

ଲୁଟୁଛି ତାହାକୁ

ଖେଦ ବେଶୀ ସେଥି ପାଇଁ,

ଉତ୍କଳ ମାତା ଯେ

କାନ୍ଦେ କଇଁ କଇଁ

ତା ମହତ ରକ୍ଷା ପାଇଁ।


ହଜି ଯାଇଛି ତା

କଳା କୀର୍ତ୍ତି ସବୁ

ଜଗତେ ପ୍ରସିଦ୍ଧ ଥିଲା,

ଓଡ଼ିଶୀ ନୃତ୍ୟର

ନାହିଁ ସେ ଆଦର

ଅତୀତ ରେ ହଜି ଗଲା।


ନାହିଁ ଆଜି ଆଉ

ସେହି ଶିଳ୍ପୀ କୂଳ

କୋଣାର୍କ ଯେ ଗଢି ଥିଲେ,

ଅନାଦର ହେତୁ

ରାଇଜେ କଳାର

ଭାଗ୍ୟ ଆଦରି ରହିଲେ ।


ଭୂ ଲୁଣ୍ଠିତ ହୋଇ

ମାଫିଆଙ୍କ ଦ୍ଵାରା

ଉତ୍କଳ ଚିତ୍କାର କରେ,

କିଏ ବା ଶୁଣିବ

ଚିତ୍କାର ତାହାର

ସଭିଏଁ ନିଜ ସ୍ବାର୍ଥରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational