ସନ୍ତାନର ଉକ୍ତି
ସନ୍ତାନର ଉକ୍ତି
ମୋ ଚତୁର୍ପାଶ୍ୱ ମାତୃମୟ
ମଙ୍ଗଳକାରିଣୀ, ଦୁଷ୍ଟାବିନାଶିନୀ ସେ
ଭିନ୍ନ ଜାଗାରେ ଭିନ୍ନ ନାମେ ବିଦିତା
କେବେ ଭୂମି କେବେ ଭୂମା ସବୁରି ସେ ମାତା ।
କିନ୍ତୁ ଆଜିର ସନ୍ତାନ ଯେ ମାତୃହରା
ଅନୁଭବୁନି ଆଉ ସେ ଅଂଚଳର ଉଷ୍ମତା
ମହାକୁନି ସୁଗନ୍ଧିତ ହସ୍ତ ଓ ହସ୍ତରେଖା ।
ସଂସ୍କାରର ସଂହାର ଅହରହ ଚାଲିଛି
ହାତକଡି ପାଦବେଡି ବନ୍ଦୀପରି ବଞ୍ଚୁଛି
କେମିତି ଵା କହିବି ନିଜକୁ ମୁଁ ମାତୃଭକ୍ତ
ନାରୀସ୍ଥିତି ଦେଖି ଆଜି ମୁଁ କ୍ଷତାକ୍ତ
ସୀମା ସୁରକ୍ଷାରେ ରକ୍ତ ବୋହି ମାଟିମାଆ ସିକ୍ତ ।
ହେ ମାତା ସତେ କ'ଣ ଆଜି ବି ତୁ ସୁପ୍ତ
ନାଁ ଦେଖୁଚୁ ସପନ ହୋଇ ଯେ ନିସୁପ୍ତ
ନିଦ ହେଜି ଉଠିଲେ ହସିବ ଦୁନିଆଁ
ତୋ ଶକ୍ତିରୁ ଅମ୍ଳଜାନ ମିଶୁ ମୋ ଦେହରେ
ମୋଭକ୍ତିର ସମର୍ପଣ ବହୁ ତୋ ପୟରେ ।
ଏ ଧରା ଗାଉ ଅହିଂସାର ସ୍ୱର
ଏ ଶୂନ୍ୟେ ଶାନ୍ତି ହେଉ ଏକାକାର
ଉତ୍ସର୍ଗ ମୋ ଜୀବନ ଯୌବନ ସବୁ ତୋ ପାଇଁ
ଯବନିକା ପଡ଼ୁ ଏ ଯୁଦ୍ଧରେ ମାତୃତ୍ୱର ମହତ୍ୱ ଦର୍ଶାଇ ।