STORYMIRROR

Kalandi pal

Inspirational

4  

Kalandi pal

Inspirational

ଆଈବୁଢ଼ୀଙ୍କ ମେଲୋଡି ଦେଖା

ଆଈବୁଢ଼ୀଙ୍କ ମେଲୋଡି ଦେଖା

1 min
410


ଗାଆଁ ପଡିଆରେ ହୁଏ ମେଲୋଡି

ଡାକ ବାଜି ଯନ୍ତ୍ର   ପକାଏ ରଡି

     ମୋ ଆଈ ବୁଢ଼ୀ

ଅଜାଙ୍କୁ ଧରାଇ ତା ଆଶା ବାଡ଼ି

କୁହେ ଦେଖି ଯିବା ଗାଆଁ ମେଲୋଡି.!!


ହାତେ ଚାଞ୍ଚ ଧରି ସେ ବୁଢା ବୁଢ଼ୀ

ପାକୁଆ ପାଟିରେ  ପାନ ରଗଡି

     ଚାଞ୍ଚ ସଜାଡି

ବସିଲେ ସେଠାରେ ସେ ଆଗ ଧାଡି

କ୍ଷଣକେ ଆରମ୍ଭ ହେଲା ମେଲୋଡି.!!


ହାଉ ହାଉ ହୋଇ କମ୍ପେ ପଡିଆ

ଝିଅଟିଏ ବୋଲେ ସ୍ୱର ବଢିଆ

    ଦାନ୍ତ କାମୁଡି

କରିଦେଲା ସତେ ଗୁଣି ଗାରେଡି

ଟୋକାଏ ନାଚିଲେ କୁହାଟ ଛାଡି.!!


ଅଶ୍ଳୀଳ ଗୀତର ହୋଇଲା ମେଳା

ଅଶ୍ଳୀଳ ଇଙ୍ଗିତେ ଚାଲିଲା ପାଲା

     ଦାନ୍ତ ରଗଡି

ଆଇ ବସିଥିଲା ମୁହଁକୁ ମାଡି

ଭାବନାରେ ତାର ନ ଥିଲା ଡୋରି.!!


ଇଜ୍ଜତ ସମ୍ମାନ କୁଆଡେ ଗଲା

ଧେଙ୍ଗଡ଼ା ଧେଙ୍ଗଡ଼ି ଲଗାନ୍ତି ପାଲା

    ମୁହଁକୁ ମୋଡି

ହିନ୍ଦୁ ଘର ବୋହୁ ଈଶାଣ ଛାଡି

ଗଲେଣି ସଭିଏଁ ଅମଡ଼ା ମାଡି.!!


ଲଜ୍ଜ୍ୟା ସରମଟି ମୁହଁରେ ନାହିଁ

ନାଚନ୍ତି ସଭିଏଁ ଦେହ ହଲେଇ

     ଗଲାଣି ବୁଡି

ପାଲା ରାମଲୀଳା ସେ ଲଙ୍କା ପୋଡି

ଗୀତା ଭାଗବତ ପୁରାଣ ପେଡି.!!


ହେଲା ଚିଡି ଚିଡି ମୋ ଆଈ ବୁଢ଼ୀ

ବେଳ କାଳ ଆମ  ଗଲାଣି ବୁଡି

     ଚାଲ ହୋ ଛାଡି

ଶୁଣି ଗୀତ ହୃଦ ଗଲାଣି ପୋଡି

ଅଜାଙ୍କୁ କୁହଇ ସେ ହାତ ଯୋଡି.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational