କିଏ କୁକୁର
କିଏ କୁକୁର
କଳି ବଚସାରେ ଲୋକେ କୁହନ୍ତି ମୁଖରେ
ମୁହିଁ ଯଦି ବୋପା ଛୁଆ ନେବି ବଦଲାରେ ।
ପାଳିବି କୁକୁର ଗୋଟି ତୋହରି ନାମରେ
ବିଶ୍ଵସ୍ଥ ହେଲେବି କୁକୁର ରୁହେ କୁଳ ନିଚରେ ।
ପୋଷାପଣେ କୁକୁରକୁ ଘରେ ରଖାଯାଏ
ଦାଣ୍ଡ ବାରଣ୍ଡା ତାପାଇଁ ବାସସ୍ଥାନ ଯୋଗାଏ ।
ଆଜିକାଲି ଶୋଉଛନ୍ତି କୁକୁର ବେଡ଼ରେ
ଜନ୍ମକଲା ପିତାମାତା ଛିଣ୍ଡା ମଶିଣାରେ ।
କୁକୁର ପାଇଁକି ଖଞ୍ଜା କ୍ଷୀର ମାଂସ ନିତି
ଓଷଦ ପାଇଁକି ବାପା କରନ୍ତି ମିନତି ।
କୁକୁର ଶୋଇଲେ ପାଶେ ମିଳଇ ଆନନ୍ଦ
ବାପାମାଆ ଦୂରେଥାନ୍ତୁ ହେଉଛନ୍ତି ଗନ୍ଧ ।
ଶାସ୍ତ୍ର କୁହେ ଜ୍ୱାଇଁ କୁତା ଶ୍ୱଶୁରଙ୍କ ଘରେ
ଭାଇ ସିନା କୁତା ସମ ଭଉଣୀର ଘରେ ।
କୁକୁର ପାଳଇ ଯିଏ କୁକୁର ସମାନ
କୁକୁରକୁ ବାଡେ଼ଇଲେ ହେବ ତାର ସମ ।
କାଳିକାଳ ବେଳ ଏତ ହୋଇଛିରେ ଭାଇ
ମଣିଷକୁ ମଣିଷଟେ ଗାନ୍ଧାଏ ଏଠେଇଁ ।
ଶୁଣ ସାଧୁଜନେ ଏତ କୁକୁର ଆଖ୍ୟାନ
ନର ରୂପି କୁକୁରକୁ ରୁହ ସାବଧାନ ।
