Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
329



ଯେଉଁ ଜାତି ନେତା ସ୍ୱୟଂ ନାରାୟଣ

ମହାପ୍ରଭୁ ଜଗଦୀଶ

ସେ ଜାତିର ଆଜି ମହୋଲ୍ଲାସ ଦିନ

ପୁଣ୍ୟ ଉତ୍କଳ ଦିବସ l


ଉତ୍କର୍ଷ କଳାର ଦେଶ ଏ ଉତ୍କଳ

ଏବେ ଯା ନାମ ଓଡ଼ିଶା

କେତେ କିର୍ତ୍ତୀରାଜି ତା ବକ୍ଷେ ବିରାଜି

ଶାସ୍ତ୍ରୀୟ ଅଟେ ତା ଭାଷା l


ଗଙ୍ଗାଠାରୁ ଗୋଦାବରୀ ଯାଏ ଦିନେ

ଯା ସୀମା ଥିଲା ବିସ୍ତୃତ

କଳିଙ୍ଗ, କୋଶଳ, ଉଡ୍ର, ଉତକଳ

କାଳେ ହେଲା ବିଖଣ୍ଡିତ l


ବଙ୍ଗରେ ବିହାରେ ମଧ୍ୟ ପ୍ରଦେଶରେ

ଆନ୍ଧ୍ର ପ୍ରଦେଶରେ ପୁଣି

ଖଣ୍ଡିତ ସେ ହୋଇ ନ ଗଲା ମିଳାଇ

ବହେ ଭାଷା ତରଙ୍ଗିଣୀ l


କାଳେ ଜନ୍ମ ନେଲେ କେତେ ପୁଣ୍ୟ ବଳେ

ତା କୋଳରେ ଭଗୀରଥେ

ଫକୀର, ଶ୍ରୀମଧୁ, ଗୋପବନ୍ଧୁ ପୁଣି

ଗଙ୍ଗାଧର, ରାଧାନାଥେ l


ଭାଷା ରଣାଙ୍ଗନେ ପାତିଲେ ସେ ଛାତି

କାତି ସାହିତ୍ୟର ବାନା

ଧନ୍ୟ ଧନ୍ୟ ତୁମେ ରେଭେନ୍ସା ସାହେବ

ଵିଇମସ ମହାମନା l


ଜାତି ପ୍ରାଣସିନ୍ଧୁ ଜାତି ପ୍ରାଣ ବିନ୍ଦୁ

ଉତକଳ ସମ୍ମିଳନୀ

ପୁନର୍ଜାଗରଣ ଓଡ଼ିଆ ପରାଣେ

ଯୋଗାଇଲା ପୁଣି ଆଣି ।


କେତେ ତ୍ୟାଗ ବଳେ ଜନମ ଲଭିଲା

ପୁନର୍ଗଠିତ ଓଡ଼ିଶା

ଭାରତ ବକ୍ଷରେ ପ୍ରଥମ ରାଜ୍ୟ ସେ

ଭିତ୍ତି ଯାର ମାତୃଭାଷା l


ଆଜି ଭାଈ ସେହି ପୁଣ୍ୟ ଦିନ ସାଲ

ଉଣେଇଶି ଶ ଛତିଶ

ଏପ୍ରିଲ ପହିଲା ଏକତ୍ରିତ ହୁଅ

ମାତା ପାଦ ତଳେ ଆସି l


ଯେ ଭୂମିରେ ଦିନେ ଧର୍ମାଶୋକ ହେଲେ

ଚଣ୍ଡାଶୋକ ମହାରାଜା

ବନ୍ଦନ ନମନ ସେ ଜନନୀ ପଦେ

କର ତା'ର ପାଦ ପୂଜା ।


Rate this content
Log in

Similar oriya poem from Inspirational