Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦାରୁ ଦେବତା

ଦାରୁ ଦେବତା

1 min
364



ଜୟଜୟ ଜଗନ୍ନାଥ ହେ ଜୟ ଦାରୁଦେବତା

ଚୋଉଦ ଭୁବନ କରତା ପ୍ରଭୁ ବିଶ୍ୱ ବିଧାତା l


ଦୟଣା ଭୂଷଣ ହେ ପଦ୍ମମୁଖ କସ୍ତୁରୀ ଚିତା

କଣ୍ଠେକଣ୍ଠିମାଳ ଶୋଭଇ ସୁବର୍ଣ୍ଣର ପଇତା l


ଚତୁର୍ଭୁଜେ ଗଦା,ପଦୁଅଁ, ଶଙ୍ଖ, ସୁଦରଶନ

ବିପଦ ଭଞ୍ଜନ ନାଥ ହେ ପ୍ରଭୁ ଗର୍ବ ଗଞ୍ଜନ l


ସରସ୍ବତୀ ବୀଣାଝଙ୍କାରି ଯାଙ୍କୁ ଶୁଣାନ୍ତି ବେଦ

ତାଙ୍କୁ ପୁଜିବାକୁ ଅଛିକି କିଛି ମନ୍ତ୍ର ନୈବେଦ୍ୟ l


କମଳା ଯାହାଙ୍କୁ ଭୁଞ୍ଜାନ୍ତି ଭୋଗରାନ୍ଧି ସ୍ୱହସ୍ତେ

ତାହାଙ୍କ ମଣୋହି ପାଇଁ କି କିଛି ଅଛି ଜଗତେ l


କେତେବେଶ ହେଉ ବରଷଯାକ ପ୍ରଭୁ ଶ୍ରୀବତ୍ସି

ବଡ଼ସିଂହାର ତୋ ବେଶକୁ ନାହିଁ ଉପମା କିଛି l


କଳା ମୁଖେ ତୋର ସୁନ୍ଦର ହସ ରଙ୍ଗଅଧର

କାଳିଆ ଠାକୁର ହେ ବିଶ୍ୱକଳା ବିଶ୍ୱସୁନ୍ଦର l


ନୀଳଚକ୍ରେ ତୋର ଉଡ୍ଡୀୟମାନ ବିଶ୍ୱକେତନ

ପତିତପାବନ ନେତ ସେ ନେତ୍ର ଚକାନୟନ l


ତୁହି ସିନା ତୋତେ ସୃଜିଛୁ ପ୍ରଭୁ ବିଚିତ୍ରକର୍ମା

ବିଶ୍ୱସ୍ରଷ୍ଟା,ବିଶ୍ୱ ସାମ୍ରାଟ ନୀଳାଚଳ ଚନ୍ଦ୍ରମା l


ତୋହର ମହିମା ବର୍ଣ୍ଣନେ କେବା ଅଛି ସମର୍ଥ

ଭାବଗ୍ରାହୀ ଭକ୍ତବତ୍ସଳ ପ୍ରଭୁ ନୀଳାଦ୍ରୀନାଥ l


ତ୍ରିପଥଗାମିନୀ ଜାହ୍ନବୀ ଯାଙ୍କ ପଦୁ ବାହାର

ସେ ପାଦେ ଶରଣ ପଶିଲି ମୁହିଁ ଅଜ୍ଞ ପାମର l

               


Rate this content
Log in

Similar oriya poem from Inspirational