STORYMIRROR

Tilottama Prusty

Inspirational

4  

Tilottama Prusty

Inspirational

ମା କୋଳୁ ମୁଁହି ଶିଖିଛି ଓଡ଼ିଆ

ମା କୋଳୁ ମୁଁହି ଶିଖିଛି ଓଡ଼ିଆ

1 min
476

' ମା' କୋଳୁ ମୁଁହି ଶିଖିଛି ଓଡ଼ିଆ

    ଓଡ଼ିଶାର ମୋର ଜନ୍ମ

ବଢ଼ିଛି ଉତ୍କଳ ପାଣି ପବନରେ

      ମଣିଛି ନିଜକୁ ଧନ୍ୟ।


ଭାରି ଭଲ ଲାଗେ ଓଡ଼ିଆ ଭାଷା ମୋ

     କହିବାକୁ ଶୁଣିବାକୁ

ମନ୍ଦିର ମାଳିନୀ ଓଡ଼ିଶାରେ ମୋହର

     ଭଲଲାଗେ ବୁଲିବାକୁ।


ଶାସ୍ତ୍ରୀୟ ଭାଷାରେ ମାନ୍ୟତା ପାଇଛି

      ଏହି ମୋ ଓଡ଼ିଆ ଭାଷା

ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଭାବରେ

       ପାଏ କେତେ ପରଶଂସା ।


ଆମରି ଶାସ୍ତ୍ରୀୟ ସଂଗୀତ ଯେ ପରା 

     ଅଟେ ପ୍ରଶଂସାର ପାତ୍ର

ବଡଠାକୁର ଯେ, ଜଗନ୍ନାଥ ଆମ

     ସଭିଙ୍କର ସିଏ ନେତ୍ର।


କାରୁକାର୍ଯ୍ୟେ ଭରା ମୋ ଓଡ଼ିଶା ଭୂଇଁ

      ଦେଖି ଲାଖି ଯାଏ ଆଖି

କୋଣାର୍କ ମନ୍ଦିର କିମ୍ବଦନ୍ତୀ ହୋଇ

      ଆଜି ପରା ଅଛି ସାକ୍ଷୀ।


ଏ ଓଡ଼ିଆ ପୁଅ ବାଣିଜ୍ୟରେ ପରା

      ସବୁଠୁ ଆଗୁଆ ଥିଲା

ଜାଭା ସୁମାତ୍ରା କୁ ବୋଇତରେ ଯାଇ

      ଧନରତ୍ନ ଆଣୁଥିଲା।


ଧନ୍ୟ ମୋ ଓଡ଼ିଶା ଉତ୍କଳ ଜନନୀ

      ପ୍ରଣାମେ ତୋ ପାଦ ତଳେ

ଧନ୍ୟ ତୋର ସେହି ବୀର ପୁତ୍ର ମାନେ

      ଆମ ପାଇଁ ଅମରରେ।


ବୀର ପ୍ରସବିନୀ କୀର୍ତ୍ତୀ- କିରୀଟିନୀ

      ଉତ୍କଳ ଜନନୀ ମୋର

ତୋର ଏ ଦିବସେ ପ୍ରଣାମ କରୁଛି

      ତୋହର ପାଦ ପୟର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational