STORYMIRROR

Madhabi Patel

Inspirational

4  

Madhabi Patel

Inspirational

ମନର ବ୍ୟଥା

ମନର ବ୍ୟଥା

1 min
441

ଖୋଜିଲି ମାଆକୁ ଅରଣ୍ୟେ ନଗରେ

କୋଉଠି ପାଇଲି ନାହିଁ

ଭାଇ ଭାଇ ବୋଲି କେତେ ମୁଁ ଡାକିଲି

ଉତ୍ତର ମିଳିଲା ନାହିଁ।


ଓଡିଶା ଭୂବନେ ଖୋଜେ ମନେମନେ

ଖୋଜିଲି ସମୁଦ୍ର ତଟ

ପାଦଚିହ୍ନ ସିନା ରହିଛି ମାଆର

ନହେଲା ତାଙ୍କର ଭେଟ।


ଭୂବନେଶ୍ବରରେ ରାଜରାଣୀ ଠାରେ

ଦେଖି ମାଆ ପାଦଚିହ୍ନ

ନୀଳାଚଳ ଧାମେ ପୂଜିତ ହୁଅନ୍ତି

ଓଡିଆଙ୍କ ଦାରୁ ବ୍ରହ୍ମ।


ଶୁଣିଛି ପୁରାଣେ ସତୀ ଅପମାନେ

ଫାଟିଯାଏ ଧରା ତଳ

ଅପମାନପାଇ ସୀତାଦେବୀ ଦିନେ

ଲୋଡିଥିଲେ ଧରାକୋଳ।


ଅପମାନ ହେତୁ ମୋ ଭାଷା ଜନନୀ

ଉତ୍କଳ ଯାଇଛି ରୂଷି

କେଉଁ ଭୂମିତଳେ ଆଶ୍ରିତା ହୋଇଛି

ଅଭିମାନେ ମହୀୟସୀ।


ଜନନୀ ଦର୍ଶନ ଚାହୁଁ ଯେବେ ମନ

ସଂକଳ୍ପକୁ ମନେ ଘେନ

ଉଦ୍ଧାର କର ତା ଗାରିମା କୁ ପୁଣି

ଫେରୁ ତାର ସ୍ବାଭିମାନ ।


ଖଣ୍ଡ ଖଣ୍ଡ ଆଜି ପ୍ରତି ସୂତମାତା

ଅପମାନେ ଜର୍ଜରିତା

କୋଟିଏ ସନ୍ତାନ ଏକ ସୁରେ ଡାକ

ଉଠିବେ ଧରାରୁ ମାତା।


ଗଗନକୁ ଚାହିଁ ତୃଷାର୍ତ୍ତ ଚାତକ

ଯେମିତି ଦିଏ ବୋବାଳି

ଧନ ମାନ ଜନ କରହେ ଅର୍ପଣ

ଆସଦେବା ପ୍ରାଣବଳୀ।


ଜାତି ପ୍ରେମବହ୍ନି ଜାଳ ହୃଦୟରେ

ସ୍ବର୍ଥକୁ ଦିଅ ଆହୁତି

ଭାଷା ନନ୍ଦିଘୋଷ ଆଗେଇ ନିଅହେ

ଛାତିରେ ମିଶାଇ ଛାତି।


ଭାଷା ଜନନୀ ମୋ ଅତୀବ ଦୁଃଖିନୀ

ହେଉ ନାହିଁ ତା ସତ୍କାର

ମାତୃଭାଷା ଛାଡି ବିଦେଶୀ ଭାଷାକୁ

କାହିଁକି ଏତେ ଆଦର ।


ସ୍ବାର୍ଥମେଧ ଯଜ୍ଞ ଆୟୋଜନ କର

ସ୍ବାର୍ଥକୁ ଦେବା ଆହୁତି

ଜନନୀକୁ ଆମେ ପ୍ରତିଷ୍ଠା କରିବା

ଫେରିବ ତା ପୂର୍ବ କୀର୍ତ୍ତି।


ଭାଷା ପରିଚୟ ସ୍ବାଭିମାନ ଆମ

ସିଏ ଆମ ବଡପଣ

ମାତୃଭାଷା ଆମ ମୂଳଭାଷା ହେଉ

ଆଉ ଯେତେ ଭାଷା ଜାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational