ଶ୍ରମିକ
ଶ୍ରମିକ
ହାଡ ଚାରି ଖଣ୍ଡ ମାଉଁସ ଦି ପଳ
ଶ୍ରମକୁ ଚି଼ହ୍ନଇ ସେ ଶ୍ରମିକ ବୀର
ଶ୍ରମେ ଯାର ଗଢ଼ା ସୌଧ ଅଟ୍ଟାଳିକା
ରାସ୍ତା ଘାଟ ପାର୍କ ସୁନ୍ଦର ବାଟିକା
ଖୋଜେନି ଶ୍ରମର ମୁଲ ।
ପୁଞ୍ଜିପତି ପଣ ନୁହେଁ ତା ସମାନ
ଯାର ଶ୍ରମେ ବଞ୍ଚେ ପକୃତି ଜୀବନ
ଖୋଜିନି କେବେ ସେ ଗୌରବ ସମ୍ମାନ
ଶ୍ରମ ଏକା ତାର ଜୀବନ ଦର୍ଶନ
ସେହି ତ ମହତ ଜନ ।
ତ୍ରିତଳ ପ୍ରାସାଦ ଗଢେ ଦେଇ ଶ୍ରମ
ସହି ଖରା ବର୍ଷା ଶୀତର କଷଣ
ଲହୁ ଲୁହ ଯିଏ କରି ଏକାକାର
ଗଢ଼ିଛି ହାତରେ ବନ ଏରକାର
ଝୁମ୍ପୁଡ଼ିରେ ଯା ଜୀବନ ।
ସରଳ ହୃଦୟ ନିଷ୍କପଟ ମନ
ହିତ ପାଇଁ ବାଣ୍ଟେ ଶ୍ରମ ରାତି ଦିନ
ବଳିତାର ଭଳି ସେହୁ ଜଳି ଜଳି
ସୌଦାର୍ଯ୍ୟ ପସରା ହାତେ ଥାଏ ଗଢି
ଖୋଜେନି ସୁଖ ସମ୍ମାନ ।
ନିରୋଗ ଶରୀର ପ୍ରଫୁଲ୍ଲ ଯା ମନ
ବେଶଭୁଷା ଯାର ଅତି ସାଧାରଣ
ଖୋଜେନି ଯେ କେବେ ଅଏସ ଜୀବନ
ବଡ଼ଲୋକି ପାଇଁ ଖୋଜେନି ସେ ଧନ
ଏହି ତାର ପୁଣ୍ୟ କାମ ।
ହେଉ ଚାକିରିଆ ଶାସକ ଶାସନ
ଦେଇଛ କି ତାକୁ କେବେ ତା ସମ୍ମାନ
କେଇଟା ଟଙ୍କାକୁ ସବୁ ସହିପାରେ
ସତେ ମୁଣ୍ଡ କିଣା ଚାକର ପାଖରେ
ବୁଝେନି କେହି ତା ମନ ।
ଆହେ ପୁଞ୍ଜିପତି କରୁଛ ଶାସନ
ଶୀତ ତାପ ଗୃହେ ବିତାଅ ଜୀବନ
ଯାର କାରୁକାର୍ଯ୍ୟ ସୌନ୍ଦର୍ଯ୍ୟ ଲହରୀ
ସବୁରି ଜୀବନେ ଭରେ ସୁଖ ଶିରି
ଅମୁଲ୍ୟ ତାହାର ଦାନ ।
କିଦେଇଛ ତାକୁ ଜୀବନେ ତାହାର
ନିରବେ ସହୁଛି କଷଣ ତୁମର
ଆଦରି ନେଇଛି ବୃକ୍ଷ ରାସ୍ତା କଡ଼
ଅବା ଝୁମ୍ପୁଡିର ନୂଆଣିଆଁ ଚାଳ
ଏଇତ ଜୀବନ ତାର ।
