Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ଅମେସବୁ ତାରାଫୁଲ

ଅମେସବୁ ତାରାଫୁଲ

1 min
348


ଆମେ ସବୁ ତାରାଫୁଲ ଏଇ ନୀଳ ଗଗନେ

ଆମେ ସବୁ ଟିକି ପିଲା ଏଇ ଧରା ଅଙ୍ଗନେ |


ବଗିଚାର କଢ ଆମେ ଫୁଲ ହୋଇ ଫୁଟିବୁ

ବାସ ଆମ ମହକିବ ଆମେ ହଲି ହସିବୁ |


ଆମହାତେ ରଙ୍ଗ ତୁଳୀ କେତେ ଛବି ଆଙ୍କିବୁ

ନାନା ରଙ୍ଗେ ଦେହେ ତାର ଯତନରେ ମାଖିବୁ |


ଆଙ୍କିଦେବୁ ପକ୍ଷୀ କେତେ ଆକାଶରେ ଉଡିବେ

ପ୍ରଜାପତି ଉଡିଉଡି ଫୁଲମଧୁ ଶୋଷିବେ |


ନଦୀନାଳ, ପରବତ, ସୂରୁଜ ଯେ ଉଇଁବ

ଆମ ଗାଆଁ ତାଳବଣେ କିରଣ ତା ଛୁଇଁବ |


ଭରିଦେବୁ ଛବିରେ ଯେ ବଞ୍ଚିବାର କାମନା

ସ୍ବପ୍ନ ସବୁ ଭରିଦେବୁ ନଥିବ ଯେ ଲାଞ୍ଚ୍ଛନା |


ସବୁରି ଓଠରେ ଆମେ ହସୁଥିବୁ ସର୍ବଦା

କଥା କୁହା ଆମଛବି କଥା ତାର ଶୁଣିବା |


ଦେଖିଦେଲେ ଛବି ଆମ ଦୁଃଖ ଦୂର ହୋଇବ

ସନ୍ତାପିତ ମନ ତୁମ ସରସରେ ଭରିବ |


ଆଜି ଆମେ ଟିକିପିଲା କାଲି ବଡ଼ ହୋଇବୁ

ନିଜେ ହସି ବିଶ୍ୱେ ଆମେ ସାତରଙ୍ଗ ଭରିବୁ |


ରଖିବୁନି ଆମମନେ ହିଂସା ଦ୍ୱେଷ ସଂଶୟ

ପୁଲକତା ଛାଇଦେବୁ ମନେ ଭରି ନିର୍ଭୟ |


Rate this content
Log in

Similar oriya poem from Inspirational