ସ୍ୱାର୍ଥର ଦାସ ମଣିଷ
ସ୍ୱାର୍ଥର ଦାସ ମଣିଷ
ଏ ଶରୀର ଦିନେ ହୋଇଥିଲା ପିଲା
ଦିନେ ହୋଇଥିଲା ଟୋକା.
ଟୋକା ବୟସରୁ ବୁଢା ହୋଇଗଲା
ବୁଢାରୁ ମଶାଣି ଡକା ।
ବୁଝି ପାରିଲାନି ଏ ଜୀବନେ କେତେ
ଅଛି ଅଙ୍କା ବଙ୍କା ରାସ୍ତା
ଭଲ ଲୋକଟିଏ ହେବାକୁ ଚାହିଁଲେ
ଭେଲ କରନ୍ତି ହିନସ୍ଥା ।
ଶହେ ଉପକାର କରିଥାଅ କାର
ଗୋଟେ ଭୁଲ ନାହିଁ କ୍ଷମା
ପାଲଟି ଯାଏ ସେ ଜୀବନର ଶତ୍ରୁ
ପାଖ ମାଡନ୍ତିନି ଜମା ।
ସ୍ୱାର୍ଥ ପାଇଁ ଏହି ମଣିଷ ଜାତିଟା
ଭାବନାଵ କରେ ପକ୍କା
ସ୍ୱାର୍ଥ ପାଇଁ ସଦା ନୁଶୁରୁ ପୁଶୁରୁ
ସ୍ୱାର୍ଥ ସରିଗଲେ ଧୋକା ।
ପଶୁଠାରୁ ବଳି ପକୃତି ଏହାର
ଜାଣିତ ଅଜଣା ହୁଏ
ଜାଣି ଜାଣି ସବୁ ଅପକର୍ମ କରେ
ସବୁଠି ନିନ୍ଦା ବଜାଏ ।
ପୂଛଟିଏ ପଛେ ଥାନ୍ତା ଯଦି ତାର
କିଏ କୁହନ୍ତା ମଣିଷ
ଜାଣୁଛି ମରଣ ହୋଇଲେ ଜନମ
ରଚେ ଭିନ୍ନ ଭିନ୍ନ ଫାଶ ।
ସୁଧୁରି ଗଲେଟି ସବୁରି ମଙ୍ଗଳ
ଈଶ୍ୱର ହେବେ ସହାୟ
ନୋହିଲେ ଆସିବ ବିନାଶ ସମୟ
ହେଜ ଥରେ କାଳ ଭୟ ।
