Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Tripathy

Inspirational

4  

Sabita Tripathy

Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
414


ଓଡିଶା ରାଜ୍ୟେ ଜନମ ମୋର

ମୋ ମାତୃଭାଷା ଭାରି ସୁନ୍ଦର 

ମୋ ସଂସ୍କୃତି ମୋ ପରମ୍ପରା

ନାହିଁ ତାର ପଟ୍ଟାନ୍ତର |  


ଇଂରେଜମାନଙ୍କ କବଳୁ ଉଦ୍ଧର କରି

ଏକ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦେଇ

ଉତ୍କଳ ନାମ ଘୋଷିତ କଲେ 

ଆମ ଓଡ଼ିଆ ବୀର |    


ମୁଁ ଆଜି ଗର୍ବିତ

ମୋ ମାଟି ମା କୋଳେ

ଜଗତର ନାଥ ଜଗାକାଳିଆ

  ହୋଇଛନ୍ତି ପ୍ରତିଷ୍ଠିତ |   


ଓଡିଶା କଳାର ନାହିଁ ତୁଳନା

ପିପିଲି ଚାନ୍ଦୁଆ ପୁଣି କଟକ ତାରକସି 

ମନ୍ଦିର ମାଳିନୀ ଭୁବନେଶ୍ୱର

ନୟନେ ନ ଦେଖି କରିହୁଏନା ବର୍ଣ୍ଣନା |   


ବାର ମାସେ ତେର ପରବ

ପିଠା ପଣା ଖିରି ପୁରୀ 

ବଡଦେଉଳ ର ଛପନ ଭୋଗ

ବଢାଏ ଉତ୍କଳ ଗୌରବ |   

  

ଉତ୍କଳର ବେଶଭୂଷା ପରିଧାନ

ମୋ ପାଇଁ ମହାନ 

ସେତ ନୁହେଁ କାହା ସମାନ

ଏହା ଓଡ଼ିଆ ଜାତିର ସନମାନ |  



Rate this content
Log in

Similar oriya poem from Inspirational