STORYMIRROR

Sabita Tripathy

Inspirational

3  

Sabita Tripathy

Inspirational

ଏଇ ଅଛି ଏଇ ନାହିଁ

ଏଇ ଅଛି ଏଇ ନାହିଁ

1 min
129

           

ଏଇ ଅଛି ଏଇ ନାହିଁ 

ସ୍ବପ୍ନ ଅଛି ରାତି କାହିଁ,(?)

ପାପ ପୂଣ୍ୟର ଦୋଛକିରେ

ନିତି ମାଜୁଛି କଷଟି ପଥରରେ

ଜୀବନର ଖେଳ ଏଠି ତେଲ ଲୁଣ ସଂସାରେ....


ଏଇ ଅଛି ଏଇ ନାହିଁ

ସମ୍ପର୍କ ଅଛି ଭରସା କାହିଁ,(?)

ବିଶ୍ୱାସ ର ମାପକାଠିରେ

ସ୍ନେହ ମମତାଟା ବାନ୍ଧି ହେଇଯାଇଛି

ନିତି ମୁଖା ବଦଳାଇ ଅଭିନୟ

କରୁଥିବା ବହୁରୂପୀଙ୍କ ପାଖରେ...


ଏଇ ଅଛି ଏଇ ନାହିଁ

ଜୀବନ ଅଛି, ବଞ୍ଚିବା କାହିଁ ?

ନୀରବତା ଟା ଆଜି ଆଛର୍ଣ୍ଣିତ,

ବନ୍ଦୀ ପ୍ରାୟ ଜୀବନ ଧୂସରିତ.....


ଏଇ ଅଛି ଏଇ ନାହିଁ

ଧର୍ମ, କର୍ମ ଯଦି ଅଛି,

ବିଚାର କାହିଁ ?

ପାପୀ ବି ଶୋଉଛି,

ତପୀ ବି ଶୋଉଛି

କୋକେଇରେ କିଛି ତଫାତ ନାହିଁ...।


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational