STORYMIRROR

Sabita Tripathy

Romance

4  

Sabita Tripathy

Romance

ଆତ୍ମାର ସ୍ୱର

ଆତ୍ମାର ସ୍ୱର

1 min
117

   

ସାତ ସୁରେ ବନ୍ଧା ଏ ଜୀବନ

ତଥାପି ଏକାକୀ ଲାଗେ ମନ

ସକାଳ ପହିଲି କିରଣେ

ଜୀବନ ମହକି ଉଠେ ସମୀରଣେ

ତଥାପି ଶୂନ୍ୟତା ଭରିଦିଏ,

ଝାପସା ଝାପସା ପ୍ରୀତିର ଚି଼ହ୍ନେ......


ଚିତ୍କାର ହୋଇ ଉଠୁଛି ଯେବେ

ଆଉ ମାରନା, ମୁଁ ମରି ସାରିଛି

ଆଉ ଜଳାଅନା, ମୁଁ ନିଜେ ଜଳିଯାଇଛି,

କେଉଁଠି ଭୁଲ ରହିଲା ମୋର

ଆଖିରେ ନାହିଁ ଲୁହ ଧାର,

ଚିତ୍କାରିତ ମୋ ଅନ୍ତରାତ୍ମା ସ୍ୱର.....


ଅବ୍ୟକ୍ତ ଆତ୍ମାର ଅନ୍ତଃ ସ୍ୱର

ହୃଦୟେ ଭରି କଣ୍ଟା ଚାଦର

ଶୁଆଇ ଦେଉଛି ମନ ଉପବନେ

ସାଇତିଥିବା ଅନେକ ଆଶା ଅସୁମାରୀ,

ନିଈତି ନୂତନ କିରଣେ ଉଁକାରୀ ଉଠିଛି

ପ୍ରତିବିମ୍ବ ତାଜମହଲ ସ୍ୱପ୍ନର.....


ପ୍ରେମର ଦର୍ପଣେ

ରଙ୍ଗ ମାଖି ମହଣେ ମହଣେ

ବୟସର ଅପରାହ୍ନେ ହଜେଇଦେଇଛି 

ହୃଦୟର ଚାବି,

ନା ଅଛି ପ୍ରତିଶୃତି ର ଭୟ

ନା ଅଛି ପ୍ରତାରଣା ର

ସତେଯେମିତି ଜୀବନ ଲାଗେ ଉଣା ଉଣା.....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance