STORYMIRROR

Sabita Tripathy

Classics Others

4  

Sabita Tripathy

Classics Others

ଆହେ ନୀଳ ଶୈଳ

ଆହେ ନୀଳ ଶୈଳ

1 min
27


ମୁଁ ଯାଇଥିଲି ଶିରୀକ୍ଷେତର

ଚିତ୍ତ ହଜିଗଲା ମୋର

ଆହେ ମୋ ଚିତ୍ତ ଚୋର

ମୋ କାଳିଆ ଠାକୁର......


ମୁଁ ଯାଇଥିଲି ଶିରୀକ୍ଷେତର.. (2)


ବୁଲି ଆଇଲି ମୁଁ ବଡଦେଉଳ

ଦରଶନ ପାଇଁ ଆହେ ନୀଳ ଶୈଳ

ଜୀବନ ନଉକା ମୋ ଏଯାଏଁ ପାଇନି ଥଳ

ଲଗାଇ ଦିଅ ପ୍ରଭୁ କୂଳ

ଆହେ ନୀଳ ଶୈଳ.......


ମୁଁ ଯାଇଥିଲି ଶିରୀକ୍ଷେତର ... (2)


ପାପ,ପୂଣ୍ୟ ର ରଖିନି ହିସାବ

ମନେ ରଖିଛି ଖାଲି ତୁମରି ଭାବ

ଜୀବନ ମରଣ ଦୁଇ ଦିନର

ଛ ଖଣ୍ଡ ବାଉଁଶ ଖାଲି ଲୋଡ଼ା ହେବ....


ମୁଁ ଯାଇଥିଲି ଶିରୀକ୍ଷେତର.. (2)


ଫର ଫର ନେତ ଉଡୁଛି ଶ୍ରୀକ୍ଷେତ୍ରେ

ଦେଖି ମୋର ଧନ୍ୟ ନେତ୍ର

କିଅବା ମାଗିବି ତୁମକୁ ପ୍ରଭୁହେ

ଦେଖାଓ ଟିକେ ସତ୍ୟ ପଥ....


ମୁଁ ଯାଇଥିଲି ଶିରୀକ୍ଷେତର..... (2)


ସମ୍ପର୍କ ର ଡୋର

ଭିଡିକି ବାନ୍ଧହେ ଭାବର ଠାକୁର

ଲୋଭ ମୋହ ମାୟା ଠୁ

ଦୁରେଇ ନିଅ ହେ,

ପୂଣ୍ୟ ର ଦୀପରେ ସତ୍ୟ ର ଘିଅ ରେ

ଜଳାଇ ଦିଅ ମୋ ଜୀବନ ଦୀପ,,,

ଆହେ ଜଗନ୍ନାଥ ଜଗତ ଠାକୁର.....


ମୁଁ ଯାଇଥିଲି ଶିରୀକ୍ଷେତର...... (2)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics