STORYMIRROR

Sabita Tripathy

Inspirational

4  

Sabita Tripathy

Inspirational

ମୁଁ ଦିବ୍ୟାଙ୍ଗ

ମୁଁ ଦିବ୍ୟାଙ୍ଗ

1 min
115


ଯେତେ ତୁମେ ପାରୁଛ ଦିଅ ଦୁଃଖ

ଦୁଃଖ କୁ ଭାବୁଛି ଜୀବନେ ସୁଖ

ଜନମ ଦେଇଛ କରି ଅପଙ୍ଗ

ସାହସ ଭରିଦିଅ ମନେ 

    ଆହେ କଳା ଶ୍ରୀମୁଖ......


ଦୁନିଆ ଦାଣ୍ଡେ ମୁଁ ଏକ ଦିବ୍ୟାଙ୍ଗ

ହସି ଖେଳିବାକୁ ନାହିଁ ମୋ ସଙ୍ଗ,

ମୋ ଭଳି ଆହେ ପରଂବ୍ରହ୍ମ

ନାହିଁ ବି ତୁମର କିଛି ଅଙ୍ଗ

ତୁମେ ଅଟ ପ୍ରଭୁ ବିଶ୍ୱ ବ୍ରହ୍ମାଣ୍ଡର ସର୍ବାଙ୍ଗ......


ନିଜକୁ ଭାବିନି କେବେ ଭିନ୍ନକ୍ଷମ

ମୁଁ ବି ଅନ୍ୟମାନଙ୍କ ଭଳି ସକ୍ଷମ

ଅଭୟ ଆଶିଷ କରୁଣା ତୁମ

ସଙ୍ଗେ ରହିଲେ ମୋ

ସଦା ଭଜିବି ତୁମ ଦିବ୍ୟନାମ....


ଆଜି ମୁଁ ବୁଝୁଛି ଦେଇନ

    ମତେ ହାତ ଦୁଇ କାହିଁ,

ଗୋଟେ ହାତ ପାପ କଲେ 

   ଅନ୍ୟଟି କରେ ପୁଣ୍ୟ,

ଯଦି ପାପ ହାତଟା ନାହିଁ

  ପୁଣ୍ୟ କରିବି କାହିଁ ପାଇଁ,

ହୃଦୟେ ମୋ ପୂଣ୍ୟର କଳସୀରେ

ଭକତି ଭରିଛି ସେଥିପାଇଁ.......


ଜୀବନ ମରଣର କଣ୍ଟକିତ ପଥ

ଗୋଡ଼ ଗୋଟେ ଦେଇଛ ସତ 

ସେଥିପାଇଁ ଚାଲୁଛି ମୋ ସଂଘର୍ଷ ପଥ,

ଆହେ ଦାରୁବ୍ରହ୍ମ ତୁମ ଇଙ୍ଗିତେ

ଚାଲୁଛି ଚାଲିବ ସଭିଙ୍କ ସଂସାର ରଥ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational