STORYMIRROR

Sabita Tripathy

Others

4  

Sabita Tripathy

Others

ଅଲେଖା ପୃଷ୍ଠା

ଅଲେଖା ପୃଷ୍ଠା

1 min
10

**ଅଲେଖା ପୃଷ୍ଠା**

ଭିଜା ଶ୍ରାବଣର ଅନ୍ଧାରି ଆକାଶେ
ଖୋଜି ବୁଲେ ମନ ପ୍ରତିଟି ନିଶ୍ୱାସେ,,
ମେଘ ଆଢୁଆଳେ ଜହ୍ନ ଯେବେ ଆସେ
 ସ୍ପନ୍ଦନ ମୋ ଜ୍ୟୋସ୍ନାରେ ଭାସେ......

 କାକର ଛିଟାର ସୁନେଲି ସକାଳେ
 ଚିଂ କି ଉଠେ ବାସ୍ତବ ଜୀବନ,,
 ନିଦୁଆ ଆଖିର ଅଧୁରା ସ୍ୱପ୍ନରେ
ଛଟପଟ କରେ ସମୟର ଖେଳ.....

 ଅଲେଖା ପୃଷ୍ଠାରେ ସ୍ମୃତିର ଲେପ
ଜୀବନ ନିଈତି ଗାଉଛି କିଛି ବଞ୍ଚିବା ମନ୍ତ୍ରର ପଦ,,,
ସମୟ ଟା ବେଳେବେଳେ ପକାଇଦେଉଛି
         ନିଶ୍ୱାସରେ ପୂର୍ଣ୍ଣଛେଦ.....

 ଝାପସା ଆଲୁଅ ରେ ଅନେକ ସପନ
ଚିହ୍ନା ମୁହଁର ଅଜଣା ହସରେ
ନିରବି ଯାଉଛି ଜୀବନ,,
ଅନେକ କଥା ବାକି ରହିଗଲା
କହିବି କହିବି ବୋଲି ମନର
ଆବେଗ ଚୁପ ରହିଗଲା
ସମୟ ବି ବୋଧହୁଏ ଧୋକା ଦେଲା......

ଦୂର ଆକାଶର ଦିଗବଳୟରେ
ଭାସିଗଲା କିଛି ଅକୁହା କଥା,
ଅର୍ଥ ହିନ କିଛି ଶବ୍ଦ,
କିଛି ବାକ୍ୟ ର ପୁଞ୍ଜିରେ
ଭରିଗଲା ହୃଦୟର ଅଲେଖା ପୃଷ୍ଠା.........
       
                ✍️ ସବିତା ତ୍ରିପାଠୀ
                      ନବୀମୁମ୍ବାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍