STORYMIRROR

Sabita Tripathy

Romance

4  

Sabita Tripathy

Romance

ମିଠା ସ୍ମୃତି

ମିଠା ସ୍ମୃତି

1 min
124

ଜୀବନ ପୃଷ୍ଠା ରେ

ଅକୁହା କାହାଣୀ ହୋଇ ରହିଗଲ,

ହୃଦୟ ବେଳାଭୁମିରେ

ତୁମ ସ୍ପର୍ଶ ର ଛାପ ଦେଇଗଲ...


ଯନ୍ତ୍ରଣା ଦାୟକ ଜୀବନରେ

ତମ ଚୋରା ପ୍ରୀତିର ସ୍ପର୍ଶରେ

ଲେପିଦେଲ ଅଲିଭା ମଲମ

ହୃଦୟର ଜ୍ୱଳନରେ.....


କିଛି ମିଠା ସ୍ମୃତି କୁ

ସତେଜ କରିବାକୁ,

କିଛି ଅଲିଭା ଦାଗ କୁ

ସାମ୍ନା କୁ ଆଣିବାକୁ

ତମେ ପୁଣି ଆସିଥିଲ

ଧୁ ଧୁ ଖରାବେଳେ ଶୀତଳତାର

କଳସୀ ଭରି ଶୂନ୍ୟ ହୃଦୟକୁ......


ମରୁଭୁମିରେ ଜଳ ଛିଞ୍ଚିଲା ପରି

ମୋ ଜୀବନେ ଆଙ୍କି ଦେଇଗଲ

ଅସ୍ପଷ୍ଟ ଏକ ଚିତ୍ରାଙ୍କନ

ଯାହାକି ଏବେବି ଅଦୃଶ୍ୟ,

ଏକାନ୍ତେ ଅନୁଭବ କଲେ

ଦୃଶ୍ୟମାନ ଚିକ ମିକ ହୀରା ପରି...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance