"ହେ ମୃତ୍ୟୁ! "
"ହେ ମୃତ୍ୟୁ! "
କାହିଁ ନଥିଲା ତ ଖବର
ତୁମ ଆସିବାର,
କେମିତି ଆସିଲ ଦେଖି
କେଉଁ ତିଥିବାର (||)
ହେ ମୃତ୍ୟୁ! ତୁମେ ଆସିଲ ବୋଲି
ତୁମ ସାଥେ ଚାଲି ଗଲି......
ସୁଖ ଦୁଃଖ ସଂସାର ର
କେବେ ରଖି ନଥାଇ ଖବର
ଚାଲି ଆସ ମୃତ୍ୟୁ ତୁମେ!
ସତେଯେମିତି ସମୟ ଜ୍ଞାନ ପ୍ରତି
ତୁମେ ଅଗୋଚର (||)
ହେ ମୃତ୍ୟୁ! ତୁମେ ଆସିଲ ବୋଲି
ତୁମ ସାଥେ ଚାଲିଗଲି.....
ସବୁ ବନ୍ଧନ ଛିଣ୍ଡେଇ ଦେଲି,
ପରିବାର ପ୍ରତି ଥିବା କର୍ତ୍ତବ୍ୟ
ଆଜି ମୁଁ ଭୁଲି ଗଲି,
ଚିନ୍ତାମୁକ୍ତ ହୋଇ
ଚିର ନିଦ୍ରାରେ ଶୋଇଗଲି (||)
ହେ ମୃତ୍ୟୁ! ତୁମେ ଆସିଲ ବୋଲି
ତୁମ ସାଥେ ଚାଲିଗଲି......
ସବୁ ରଖିଥିଲି ବ୍ୟବସ୍ଥିତ
ଅସମୟେ ତୁମେ ଆସିଲ,
ସବୁ ହୋଇଗଲା ଅବ୍ୟବସ୍ଥିତ,
କାହିଁ କେମିତି ଆସିଲ ଅକାଳେ
ମୋ ଜୀବନେ ତୁମେ
ନଥିଲ ତ ନିମନ୍ତ୍ରିତ (||)
ହେ ମୃତ୍ୟୁ! ତୁମେ ଆସିଲ ବୋଲି
ତୁମ ସାଥେ ଚାଲିଗଲି.....
ପାପ ପୁଣ୍ୟ ର ରଖିନି ହିସାବ
ମୋ ଶରୀର ଟା ଆଜି ପାଲଟିଛି ଶବ
ମୋ କୋକେଇ କାନ୍ଧେଇବା ପାଇଁ
ଆଜି ସମସ୍ତେ ରୁଣ୍ଡ,
ମୋ ସାଙ୍ଗସାଥି ଭାଈ ବନ୍ଧୁ କୁଟୁମ୍ବ (||)
ହେ ମୃତ୍ୟୁ! ତୁମେ ଆସିଲ ବୋଲି
ତୁମ ସାଥେ ଚାଲିଗଲି......
ସମୟ ବି ଟିକେ ନଦେଲ
ମାଗିବାକୁ ଆୟୁଷ ଭିକ୍ଷା,
ବାକି ରହିଗଲା
ଜୀବନ ମୃତ୍ୟୁ ବିଷୟରେ ଅନେକ ଶିକ୍ଷା (||)
ହେ ମୃତ୍ୟୁ! ତୁମେ ଆସିଲ ବୋଲି
ତୁମ ସାଥେ ଚାଲିଗଲି....
କୋକେଇ ରେ ଚିର ନିଦ୍ରାରେ
ଶୋଇଲା ପରେ ଜାଣିଲି,
କେତେ କାନ୍ଧ ଆସିଛି
ମୋ କୋକେଇ ପାଖକୁ
କେତେ ଆଖି କାନ୍ଦୁଛି
ଦେଖି ମୋ ଶବକୁ
ହିସାବ କରୁ କରୁ ବୁଝିନେଲି
ମୋ ଜୀବନ ପାପ ପୁଣ୍ୟ ର ମାନସାଙ୍କ (||)
ହେ ମୃତ୍ୟୁ! ତୁମେ ଆସିଲ ବୋଲି
ତୁମ ସାଥେ ଚାଲିଗଲି.........
✍️ସବିତା ତ୍ରିପାଠୀ
ନବୀମୁମ୍ବାଇ
