Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ଆଶାବାଦୀ ହୁଅ

ଆଶାବାଦୀ ହୁଅ

1 min
179



ବ୍ୟକ୍ତିତ୍ୱ ଓ ବାହ୍ୟ ଜଗତ ପରିପୂରକ 

ପରସ୍ପରର

ବାହ୍ୟ ବାତାବରଣ ସୃଷ୍ଟି କରେ ବ୍ୟକ୍ତିତ୍ୱ, 

ମନୁଷ୍ୟର  ।


ମହତ୍ୱ ଅଛି ବିଚାରର ମନୁଷ୍ୟର ଜୀବନ 

ନିର୍ମାଣରେ 

ବିଚାର ପ୍ରଭାବିତ ପ୍ରକୃତିରେ, ଯାହା ଅଛି 

ସମାଜରେ ।


ନିରାଶାବାଦୀ ନିଜେ ନୈରାଶ୍ୟରେ ବୁଡ଼ି 

ତ ରହିଥାଏ

ଅନ୍ୟମାନଙ୍କ ନିରୁତ୍ସାହ ଓ ପତନର ନିମିତ୍ତ 

ହୋଇଥାଏ ।


ନିରାଶାବାଦୀ, ନିଶ୍ଵାସର ଅବିଶ୍ଵାସେ ବସେ 

ଉତ୍ସାହ ହରେଇ 

ସମୟର ଦୋଷ, ଭାଗ୍ୟ ଭଗବାନ କହି, ଦିଏ

ଗତିପଥ ବଦଳେଇ ।


ସମୟ ସ୍ରୋତରେ ତାହାର ସ୍ବପ୍ନର ନୀଳୟ 

ଯାଏ ଧୋଇ ହୋଇ

ସପନର ବାଲି ଘର ତାହାର ଅଧା ଗଢା ହୋଇ

ସ୍ମୃତିରେ ଯାଏତ ରହି ।


କଳା ମେଘ ସଦୃଶ ଖୁସିକୁ ଢାଙ୍କେ ସୁଖ ତାର 

ଯାଏ ତ ଲୁଚି 

ଅଧା ଗଢା ମୁହୂର୍ତ୍ତ କାହାଣୀ ସ୍ମୃତି ଫଳକରେ 

ଖାଲି ଯାଏ ନାଚି ।


ଶ୍ରମପ୍ରିୟ ବ୍ୟକ୍ତି ଉତ୍ସାହର ବାତାବରଣ ସର୍ବଦା

ସୃଷ୍ଟି କରେ

ନିଜ ସହିତ ଅନ୍ୟମାନଙ୍କୁ ମଧ୍ୟ ନବୀନ ଜ୍ୟୋତି 

ପ୍ରଦାନ କରେ ।


ନୂତନତାର କିରଣେ ହୁଅ ଆଶାବାଦୀ ମୋହର 

ସବୁ ଭଉଣୀ ଭାଇ 

ଅଳିକ ସଂସାରେ, କ୍ଷଣିକ ଜୀବନେ, ବାତାବରଣକୁ

ସଜୀବ କରି ପ୍ରସନ୍ନତାର କିରଣ ଦିଅ ବିଛାଇ ।



Rate this content
Log in