Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

3  

Pranati Jena

Inspirational Others

ଅନୁଗ୍ରହ

ଅନୁଗ୍ରହ

1 min
191


ନାହଂ ତିଷ୍ଠାମି ଵୈକୁଣ୍ଠେ ୟୋଗିନାଂ ହୃଦୟେ ନଚ ହଂ 

 ମଦଭକ୍ତାଃ ଯତ୍ର ଗାୟନ୍ତୀ ତତ୍ର ତିଷ୍ଠାମି ନାରଦଃ।🙏

   


ଆତ୍ମୀୟତାହୀନ ଆତ୍ମୀୟ ସ୍ୱଜନ

ଅବସାଦ ଘେରାପ୍ରାଣ,

ଅନୁଗ୍ରହପୂର୍ଣ୍ଣ କର ଏ ଜୀବନ

ବିଷାଦରୁ ପରିତ୍ରାଣ ।


ଜୀବନ ପ୍ରଦୀପ ଲିଭି, ଲିଭି ଆସେ

ଆତ୍ମାର ଶବଦ ଯନ୍ତ୍ରେ ,

ଏ ଘୋର ଅନଳ ଯନ୍ତ୍ରଣା ବିଶେଷେ

ନାମ ମହଷୌଧି ମନ୍ତ୍ରେ ।


ତୁମ ନାମେ ବାହି ଜୀବନ ନଉକା

ନାମ ଧନେ ଗଣ୍ଠିକରି,

ସମ୍ବଳ ପଣତେ ସେ ଧନ ସଉଦା

ଶେଷେ ଯିବି ବାନ୍ଧିକରି ।


କାଳକୁଟ ଏହି ସଂସାର ଯନ୍ତ୍ରଣା

କୋହର ଅଠର ନଳା,

ଶାନ୍ତିର ବେଦୀରେ ମୋ ଦିବ୍ୟଭାବନା

ତପସ୍ୟା, ତ୍ୟାଗର ଶିଳା ।


ତୁମେ କରୁଣାର ଅସରା ବାରିଧି

ମୋ ଗହନ ଅନୁଭବ,

ମନ ମରୁବାଲି ବିଳପିତ ଶାରୀ

ଅନନ୍ତ ସୁଧାର ଭାବ ।


ତୁମେ ମହାବାହୁ ଦୀନ ଅଧମ ମୁଁ

ଚରଣାଶ୍ରିତ ଆଶ୍ରିତ,

ସମର୍ପିତ ପ୍ରାଣ କର ହେ ଆପଣ

ତୁମଠାରେ ହୃଦ ସ୍ଥିତ ।


ଅମୁଲ୍ୟ ବିଭବ ଆହେ ନୀଳଶୈଳ

ଆରତେ କରେ ଗୁହାରି,

ତୁମେ ଏକା ସତ୍ୟ ଏ ମିଛ ନିଳୟ

ଦିଅ ଭାବ ଅସୁମାରି ।


ବିଶ୍ୱାସର ଶୁଦ୍ଧ ଶାଳଗ୍ରାମ ଆଜି

ହୃଦୟେ ସାଇତି ଅଛି,

ଯେତେ ଝଡ଼,ମୋଡ଼ ଜୀବନରେ ଝାଞ୍ଜି

ହସି, ହସି ସହୁଅଛି ।


ବୈକୁଣ୍ଠରେ ନାହଁ ଭାବ ଦରବାରେ

ନାମମୂଳେ ତୁମ ବାସ,

ଯୋଗୀ ନୁହେଁ ମୁହିଁ ଏହି ସଂସାରରେ

ଭଜୁଛି ହେ ନାମରସ ।


ଆସଥରେ ମୋର ହୃଦୟ ନିବାସୀ

ହୃଦ ତୁଳସୀ କାନନେ,

ପ୍ରତି ରେଣୁ ପରେ ନାମ ରହିଅଛି

ଦିବ୍ୟ ସ୍ପର୍ଶ ଆଲିଙ୍ଗନେ ।


ପତିତପାବନ ମୁଁ, ଛାର ଅଧମ

ଜୀବନ ସମର୍ପି ପଦେ,

ରଖିବା, ମାରିବା ଇଚ୍ଛା ଆହେ ତୁମ

 ନିଅ ହରି ହୃଦଗତେ ।


ଭାବର ଭିକାରି ସାଜିଛି ସ୍ୱୀକାରୀ

ନାହିଁ ଅନ୍ୟ କିଛି ଆଶ, 

କେବଳ ସମ୍ପତ୍ତି ନାମର ବିଭୁତି

ମୁଁ 'କାର ଏଠି ବିବଶ ।


   


Rate this content
Log in

Similar oriya poem from Inspirational