ପାହାଡ଼ ସେପଟେ ତୁମରି ଘରବିନୋଦିନ
ପାହାଡ଼ ସେପଟେ ତୁମରି ଘରବିନୋଦିନ
ତୁମ ସହ କେବେ ହୋଇଥିଲା ଦେଖା
ତାହା ସିନା ମନେ ପଡେନି ମୋର
ଭୁଲି ନାହିଁ ମାତ୍ର ହେ ପରମ ମିତ୍ର
ପାହାଡ଼ ସେପଟେ ତୁମରି ଘର ।
ଅନେକ ବାର ମୁଁ ଯାଇଛି ସେଠାବ
ବୁଲିଛି ଝରଣା ପାହାଡ଼ ନଈ
କେଡ଼େ ମନୋରମ ଅତି ଅନୁପମ
ପରା ତୁମର ସେ ଜନମ ଭୂଇଁ ।
ଯେତେ ପାଇଛି ମୁଁ ସେନେହ ଆଦର
ମନ ତଳେ ସଦା ଉଠଇ ଭାତି
ଇଚ୍ଛା ହୁଏ ଧାଇଁ ଯାଆନ୍ତି ତା' କୋଳ
ଲାଭ କରିବାକୁ ସୋହାଗ ପ୍ରୀତି ।
କହୁଥାଏ ମନ ରହି ଚିରଦିନ
ଅପୂର୍ବ ଶୋଭାକୁ ପାରନ୍ତି ଦେଖି
ଏକାଠି କରିକି ତୁମ ପରି ମିତ
ପ୍ରେମ ଫଲ୍ଗୁରେ ଭିଜାନ୍ତି ଆଖି ।
କେତେ ନିଷ୍କପଟ ସରଳତା ଗୁଣେ
ନିପୁଣ ସକଳେ ତୁମ ଗାଆଁର
ହେଲେ ଶୋଷକର ଶୋଷଣ କଷଣେ
ସଢୁଅଛି ଆଜି ସବୁ ଅନ୍ତର ।
ପଢୁଅଛି ପାଠ ସେଥିପାଇଁ ମୁହିଁ
ବନ ବିଭାଗରେ କରି ଚାକିରୀ
ସବୁରି ଦୁଃଖକୁ ଦୂର କରିବାକୁ
ଅଣ୍ଟା ଭିଡ଼ି ସଦା ଥିବି ବାହାରି ।
ରାଣ ଦେଉଅଛି ମୋର ଏ ପ୍ରତିଜ୍ଞା
ପୂରଣରେ ମନ ଫେରିବ ନାହିଁ
ଏପଟେ ଥାଇ ବି ସେପଟ ହସାଇ
ମିତ୍ରତାର ମାନ ରଖିବି ମୁହଁ ।