STORYMIRROR

Radha Krushna Dalai

Inspirational

3  

Radha Krushna Dalai

Inspirational

ଦୁର୍ଗତିନାଶିନୀ

ଦୁର୍ଗତିନାଶିନୀ

1 min
362

କାଶତଣ୍ଡୀର ପଥ ପଥେ

ତିମିର ଉହାଡ ଭାଙ୍ଗି

ଦେବୀଙ୍କୁ ଆସିବାକୁ ହେବ,


ପାପାଚାର ଆସ୍ତରଣକୁ ହଟେଇ

ଅତ୍ୟାଚାରୀ ମହିଶାଙ୍କୁ ଦଳିବାକୁ ହେବ

ସିନ୍ଦୁରା ଫାଟିବା ଆଗୁ

ଅସ୍ତ୍ରଶସ୍ତ୍ର ଯୋଗାଡିଦେବାକୁ ହେବ,


ମୃଣ୍ମୟୀ ପ୍ରତିମାରୁ ବାହାରି

ଶେଷଥର ପାଇଁ ହେଉ

ମଣିଷ ଜନ୍ମଟେ ନେବାକୁ ହେବ,


ପାପାର୍ଜିତ ଧନରେ ହରିଶ୍ଚନ୍ଦ୍ର ଭକ୍ତଙ୍କ 

ଦାନକୁ ଫେରେଇବାକୁ ହେବ!!


ତୁ କ'ଣ ଚାହୁଁନା ନିରୋଳା ଭକ୍ତି-ପ୍ରେମ?

ତୁ କ'ଣ ଚାହୁଁନା ତୋ ଧରାଧାମେ ଦୁଷ୍ଟଙ୍କ ବିଲୟ?


ସବୁଥର ତୁ ଆସୁ ଶରତ ନିର୍ମଳ ଆକାଶର

ଅଧା ଛାଇ ଆଲୁଅରେ

ପୂର୍ଣ ଗାଡିଆର ପଦୁଅଁରେ

ଧୂପଦାନୀର ସୁଗନ୍ଧିତ ଝୁଣା ବାସରେ

ସବୁଜ କ୍ଷେତର ଲହଡିରେ,,,


କଷ୍ଟ ହୁଏ

ରକ୍ତଠୁ ସ୍ବେଦ ଯାଏଁ ଯିଏ ପାଣି ପରି ନିଗାଡେ

ସ୍ବେଛାଚାରୀ ଭଳି ତା'ରି ଛାରଖାର କରୁ୍,

ଭାଗ୍ୟ ଉପରେ କେତେଦିନ ଦୋଳି ଖେଳିବ

ନିଃସ୍ବ ଚାଷୀଟି ଅବେଳରେ ଝଡିପଡେ,


ଆମ୍ଭେ ସନ୍ତୁଳନ ଚାହୁଁ,

ଅଫୁରନ୍ତ ଉତ୍ସାହ ତୋ ଅପେକ୍ଷାର

କରିଥିଲେ ଧ୍ରୁଷ୍ଟତା କାଟିବୁ ମୋ ଶିର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational