STORYMIRROR

Radha Krushna Dalai

Romance

2  

Radha Krushna Dalai

Romance

ଶୀତ ଶିହରଣ

ଶୀତ ଶିହରଣ

1 min
342

ଆଖିର ଶୋଷ

ତୁମ ମୋ ଭିତରେ ସେତୁ ବାନ୍ଧିଲା

ଚଗଲା ଶୀତୁଆ ପବନ ବୁଦ୍ଧିରେ

ହୃଦୟ ଅନ୍ତର୍ଦହନ ଶିଖିଲା,


ସେ ବାଟ ପାଦ ଜାଣିଥିଲା

ଯାହା ତୁମ ବସା ଆଡକୁ ଲମ୍ବିଥିଲା,

ଭାବନା ପାଲଟଣା ଡଙ୍ଗାରେ

ନିଶ୍ବାସ ଜୋର୍ ରେ ଲହଡି ଭାଙ୍ଗୁଥିଲା,

ମାଟି ତାଡି ଚକଡି

ସମୟ ଅଜାଣତେ ପ୍ରେମ ମୂର୍ତ୍ତି ଗଢିଲା

ମୁହୁର୍ମୁହୁ ଦେବୀକୁ ଖୋଜାପଡିଲା,


ସେ ବାସ୍ନା ନା ଫୁଲର ଥିଲା ନା କସ୍ତୁରୀର

ଶିହରଣ ବୀଣାତାର ଭଳି

ଝଙ୍କୃତ ହେଉଥିଲା,

ତୁମଠୁ ପାଇଥିବା ସ୍ବେଟର୍ 

ଦିହକୁ ଜାକିଦେଲା ପରେ,


କାକରର ଯନ୍ତ୍ରଣା,

ଆୟତ୍ତ ବାହାରେ ଆୟୁର ଆସ୍ପର୍ଦ୍ଧା,

ନିଷିଦ୍ଧ ସ୍ବପ୍ନ ଆଉ ନିଷିଦ୍ଧ ଶବ୍ଦ,

ବିନ୍ଦୁରୁ ସାଗର ହେବାକୁ ସ୍ପୃହା,

ମୁଁ ତୁମେ ଆମ ଛାଇ

ସବୁ ଏବେ ଶୀତମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance