STORYMIRROR

Radha Krushna Dalai

Others

4  

Radha Krushna Dalai

Others

ମଧୁଚନ୍ଦ୍ରିକା

ମଧୁଚନ୍ଦ୍ରିକା

1 min
291


ବିଖଣ୍ଡିତ ସ୍ବପ୍ନ ବୃତ୍ତରୁ ସୃଷ୍ଟ 

ମନର ଆଇନା ମଧ୍ୟେ

ଧରାପଡିଛି ଅଳସୀ ଜହ୍ନ,


ଗାଢ ଗୋଲାପି ରାତିର

ମଧୁଚନ୍ଦ୍ରିକା ରେ କଦମ୍ବ ଛାଇ

ନିଆଁଲଗା ବସନ୍ତର ନିଶ୍ବାସ

 

କିଏ ପୁଷ୍ପ କିଏ ମଧୁପ?

ଉର୍ମିକୁ ପଚାର

ଯିଏ ଟାପୁରେ ଅସଂଖ୍ୟଥର 

ମଥା ପିଟିଚି,


ତୁମ କଥାରଖି

କୋଇଲି ପାଦେ ବାନ୍ଧିଦେଲି ଘୁଙ୍ଗୁର,

ତୁମ କଥାରଖି

ସନ୍ଧ୍ୟା ପଶ୍ଚିମ ଆକାଶେ ଟାଣିଦେଲି 

ଫୁଲ ସବାରୀର ଚିତ୍ର,

ଆଉ ତୁମ କଥାରଖି

ଗଢିଦେଲି କୁହୁଡିର ଭାସମାନ ପଲଙ୍କ,


ନା ଏନ୍ତୁଡି କଥା ମନେ ଥିଲା ନା ଜୁଇ କଥା

ମାଟି କ'ଣ ପଞ୍ଚଭୂତ କ'ଣ?

ବାସ୍ ପ୍ରେମ ଫର୍ଚା ହେଉଥିଲା

ଏକ ଅମୃତ ବେଳାରେ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍