STORYMIRROR

Radha Krushna Dalai

Classics

3  

Radha Krushna Dalai

Classics

ପ୍ରତିକ୍ଷାର ଅନ୍ତସ୍ବର

ପ୍ରତିକ୍ଷାର ଅନ୍ତସ୍ବର

1 min
354

ମେଘତଳୁ ଚନ୍ଦ୍ରମା ଖୋଜି ଖୋଜି

ନୟାନ୍ତ ହେଲ ନା?

କେତେ ଖୁଣ କାଢିଥିଲ ଦିନେ

ଅସୁନ୍ଦର,କଳଙ୍କର ଦାଗ ଅଛି ବୋଲି,


କେବେ କଇଁକୁ ପଚାରିପାରନ୍ତ

ତା' ଜହ୍ନ ଦେହେ କଳଙ୍କ ଅଛି କ ନା

ଚକୋର'ଠୁ ବୁଝିଥାନ୍ତ

ଅମୃତଝରା ଜ୍ୟୋସ୍ନା ବିନା

ଜୀବନଟା କେମିତି ପଶ୍ନବାଚୀ

ଜାଣିଛ କି କୁଆଁରୀ ମନର କଥା

କେବେ ବୋହିଯାଏ କେବେ ଭାଙ୍ଗିଦିଏ

ଯେମିତି ଉଛୁଳା ନଇ,


ପାହାଡ ମୁଣ୍ଡିଆରୁ ଗଧିଆଟା

ଥୋମୁଣି ଟେକି ଜହ୍ନକୁ ଚାହିଁ

ଅନାଥ ଭଳି କାଇଁ ଭୁକୁଥିଲା

ରହସ୍ୟ ଭେଦିଚ

ଅକାତକାତ ନଇରେ କେଉଟଟା

ଚକାଜହ୍ନର ବିଛୁରିତ ଜ୍ୟୋସ୍ନା ସ୍ପର୍ଶ ପାଇ

ଗୁଣୁଗୁଣୁ ଗୀତ ଗାଇ ଆହୁଲା ମାରି 

ଯିବାର ଶୁଣିଚ


ସବୁଠି ପ୍ରତିକ୍ଷାର ଶୀତଳ ଅନ୍ତସ୍ବର,

କବିର କଳ୍ପନା

କାହାପାଇଁ ପରଶମଣି

କେବେ ସେ ପ୍ରେମିକା କେବେ ସାଜେ ବର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics