ବୈଶାଖୀ
ବୈଶାଖୀ
1 min
215
ଛାଇ ଦରାଣ୍ଡୁ ଦରାଣ୍ଡୁ ସଞ୍ଜ
ଟୋପାଏ ପାଣି ନାଁ'ରେ ନିଗିଡିଗଲାଣି ମହଣ ମହଣ ଝାଳ
ଉଧାରି ଖୁସୀରେ ବିଚାରା ହୃଦୟ
ମୁହୁର୍ମୁହୁଃ ତନ୍ଦ୍ରାରେ ଆତ୍ମଗୋପନ ।
ରଙ୍ଗଛଡା ଫିକା ମାଇଲ୍ ଖୁଣ୍ଟକୁ
ଜାବୁଡି ଧରିଚି କାଠବେଙ୍ଗ ସଦୃଶ
ସଠିକ୍ ଗନ୍ତବ୍ୟ ପାଇବାକୁ ।
ପାନ୍ଥଶାଳା ଝରକା ସେପାଖେ
କେତେଥର କଳାବାଦଲ ଢାଙ୍କିଚି,ଟୋପେ ବି ବରଷିନି
ଆକଶକୁ ଚାହିଁ ରହିଥିବା
ବକଳଛଡା ଡେଙ୍ଗାଗଛର ଅବଶ୍ୟ ସମଦଶା ।
ବୈଶାଖୀ ସଞ୍ଜୁଆ ପବନରେ
ଥୁଣ୍ଟା ଗଛର ଅବା କି ଲାଭ?
ଯେଉଁଠି ବିହଙ୍ଗେ ବସିବାକୁ କୁଣ୍ଠାବୋଧ ।
ମାୟାବତୀ ମାୟାଜାଲ ମହାବାତ୍ୟାରେ ଧ୍ବସ୍ତ
ଯେସନ ଶଯ୍ୟାଶାୟୀ ଗଙ୍ଗାପୁତ୍ର
ଇଛାମୃତ୍ୟୁ ସଂଙ୍କଳ୍ପରେ ।
