STORYMIRROR

Radha Krushna Dalai

Romance

3  

Radha Krushna Dalai

Romance

ମଦିରାକ୍ଷୀ

ମଦିରାକ୍ଷୀ

1 min
13

ପ୍ରୀତି ଭାବ ସଂଚରିଲେ

ନିଭୃତ କୋଣୁ ଉତ୍ତାଳ ତରଙ୍ଗ ଉଠେ

ଶ୍ରାବଣ ଫୁଲସଞ୍ଜେ

ନେପଥ୍ୟେ କାଇଁଚମାଳି କବରୀ ବାନ୍ଧେ,


ସ୍ବପ୍ନ ଉପବନ ଘଞ୍ଚ ନିକାଞ୍ଚନ

ଋତୁ ହସ୍ତେ ପୁଷ୍ପଧନୁ

ତବ ନାମଞ୍ଜୁରି ପ୍ଲାବିତ ଉଷ୍ମ ଦେହ

ଲଜ୍ଜା ଖୋଳପାରେ କୃଷ୍ଣପକ୍ଷ,


ହସ୍ତରେ ହସ୍ତକୁ ଛନ୍ଦି

ଚକ୍ଷୁକ୍ରିଡା ଅଭିଳାଷୀ

ଉନ୍ମତ୍ତ ଭ୍ରମର ସ୍କନ୍ଧେ

ଲୋଟିପଡେ ମଦିରାକ୍ଷୀ,


ସମ୍ପ୍ରସାରି ଭୁଜ

ଆଶ୍ଲେଷି ମଉଜ

ଏକାକାର ଚତୁଷ୍ପଦ

ଭୁଲି ଆସନ୍ନ ଅପବାଦ,


କ୍ଷତାକ୍ତ ସୁତନୁ

ପରଶେ ପ୍ରମାଣ

କାହିଁ କେଡେ ଥିଲା ପ୍ରଭଞ୍ଜନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance