Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Barik

Inspirational

3  

Sunita Barik

Inspirational

ଅସହାୟତା

ଅସହାୟତା

1 min
434


ଅସହାୟତା ଗୋଟେ କ'ଣ?

ଶବ୍ଦ ନା ଇଶ୍ଵର !

ନା ବେଳ ଅବେଳରେ 

ମଣିଷ ମାନଙ୍କ ଦ୍ଵାରା ଉପେକ୍ଷିତ 

ହେଉଥିବା କିଛି ନିରୁଦ୍ଧିଷ୍ଟ ସ୍ବର।

ଯଦି ଜାଣିବାର ଅଛି 

ବିଷଦ ଭାବରେ ତାହାଲେ

ପଚାର ଯାଇ ସେ କ‌ଅଁଳ କୁମାରୀ କନ୍ୟାକୁ

ଯିଏ ଜୀବନ ଅଵା ଯୌବନ ବାବଦରେ

କିଛି ବୁଝିବା ଆଗରୁ ହରେଇ ଦିଏ

ତାର ସର୍ବସ୍ବ ତା କୋମଳମତି ଵୟସରେ

ତାହାଲେ ସେଇଟା କଣ ତାର ଅସହାୟତା !

ନା ସେ କାମାନ୍ଧ ପୁରୁଷର ବର୍ଵର ମାନସିକତା

ଯଦି ସେତିକି ରେ ଅସନ୍ତୁଷ୍ଟ 

ତେବେ ଯାଇ ଦେଖ ଅକାଳରେ ଵିଧଵତ୍ବ

ଭୋଗୁଥିବା ସେହି ଦୁଃଖିନୀ ନାରୀ କୁ

ଯେଉଁଠି ତାକୁ ସହ୍ୟ କରିବାକୁ ସମାଜର

ଲାଞ୍ଛନା କୁତ୍ସାରଟନା  

ଆଉ  ଛଡେଇ ନିଆ ଯାଏ ଦାଣ୍ଡରେ ମୁଣ୍ଡ ଟେକି 

ବାଟ ଚାଲିବାର ସମସ୍ତ ଅଧିକାର

ତେବେ ତାହା କ'ଣ ତାର ଅସହାୟତା ନା

ଆଜି ବି ଆମ ସମାଜରେ ଭରି ରହିଛି

ଅନ୍ଧ ବିଶ୍ବାସ ଓ କୁସଂସ୍କାରର ମାନସିକତା

ତଥାପି ଯଦି ଅସହାୟତାକୁ ଭେଟିବାର 

ଇଛା ଅଛି ଆହୁରି ନିକଟରୁ

ତେବେ କେବେ ଥରେ କିଛି ସମୟ ବାହାର

କରି ଦେଖିଆସ ଜରାନିବାସ ଅବା ବୃଦ୍ଧାଶ୍ରମ ଆଡେ

ଜୀବନର ଶେଷ ବିନ୍ଦୁ ରକ୍ତ ଥିବା ଯାଏଁ

ସାରା ଜୀବନର ଜମା ପୁଞ୍ଜିକୁ ପିଲା ମାନଙ୍କ

ପାଇଁ ସାରିଦେଲା ପରେ ବି

ଯେବେ ପିଲାଙ୍କର ଆଶ୍ରୟ ଲୋଡା ସେତେବେଳେ

ସେମାନେ ଆଶ୍ରୟହୀନ ହୋଇ ନିଜ ପରିବାର

ବଦଳରେ ଅନ୍ୟ ମାନଙ୍କ ସହ ବାଣ୍ଟିବାକୁ

ପଡେ ତାଙ୍କର ବାକି ଜୀବନ

ତାହାଲେ ସେଇଟା କଣ ତାଙ୍କର ଅସହାୟତା

ନାଁ ପିଲାମାନଙ୍କର ଅଯୋଗ୍ୟପଣର

ଏକ ନିଷ୍ଠୁର ବିଡ଼ମ୍ବନା

ସେଥିପାଇଁ କହୁଛି ଏ ଅସହାୟତାର

ମୋହରୁ ମୁକୁଳି ଜୀବନର ବାସ୍ତବତାକୁ

ସାମ୍ନା କରିବା ଶିଖ୍

ନଚେତ୍ ସ୍ବାର୍ଥ ଲୋଭୀ ମାନେ 

ଅସହାୟତାର ବେଡିରେ 

ବାନ୍ଧି ରଖିଥିବେ ଚିରକାଳ...........

                 

            

  


Rate this content
Log in

Similar oriya poem from Inspirational