Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଗୁରୁ ଏକ ଶବ୍ଦ ନୁହେଁ

ଗୁରୁ ଏକ ଶବ୍ଦ ନୁହେଁ

1 min
284


ଗୁରୁ ବ୍ରହ୍ମା, ବିଷ୍ଣୁ ପୁଣି ମହେଶ୍ବର

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ

ଗୁରୁ ଏକ ଶବ୍ଦ ନୁହେଁ ଶିଷ୍ୟ ପାଇଁ

କରୁଣାମୟ ସେ ଅସୀମ 

ତାଙ୍କ ଉଦ୍ୟମେ

ଶିଷ୍ୟଠି ଶତ ସିଂହ ବଳ

ଟିକିଏ ପ୍ରେରଣା ଶୁଭାଶିଷ ବଳେ

ମହଣ ମହଣ ସୁଫଳ ।


ଗୁରୁ ଭାଗବତ ଗୀତା ତତ୍ତ୍ବାମୃତ

ଜୀବନ ଗଢ଼ି ଶୃଙ୍ଖଳିତ

ଜ୍ଞାନ, ଶିଷ୍ଟାଚାର, ସଂଯମ ସଂସ୍କାର

ଢାଳନ୍ତି ଅଶେଷ ଅମୃତ

ନାନା ଗୁଣରେ

ଗରୀୟାନ ଏହି ମହୀରେ

ସତ୍ୟ ଶାନ୍ତି କ୍ଷମା ଦୟା ଆଭୂଷଣେ

ମଣ୍ଡିତ ସେ କର୍ମଭୂମିରେ ।


ତାଙ୍କ ସମର୍ପିତ ଜ୍ଞାନ ଆଲୋକରେ

ଅଜ୍ଞାନାନ୍ଧକାର ଦୂରେଇ

ଜୀବନର ଗତି ବଦଳି ସୁଖ୍ୟାତି

ଶିଷ୍ୟ କୋଳେ ଲୋଟି ପଡ଼ଇ

ସେ ଜ୍ଞାନ ଦାତା

ସାଜିଣ ଆଲୋକବର୍ତ୍ତିକା

ଜୀବନ ଯାତ୍ରାକୁ ସଫଳ କରାନ୍ତି

ପିନ୍ଧାଇ ବିଜୟର ଟୀକା ।


ଅସୀମ ଧୈର୍ଯ୍ୟର ଅଧିକାରୀ ଗୁରୁ

ଅସୀମ ସାଧନା ତାଙ୍କର 

ଅବାଟ ମନକୁ ସୁପଥରେ ଚାଳି

ପବିତ୍ରତା ଭରି ଅନ୍ତର

ଶିଷ୍ୟ ଜୀବନ

ପରିମାର୍ଜିତ କରିବାରେ

ମୁଖ୍ୟ ଭୂମିକା ସେ ନିଭାଉ ଥିବାରୁ

ସଂସାରେ ଉତ୍ତୁଙ୍ଗ ସ୍ଥାନରେ ।


ଶୁଭାଶିଷ ଧରି ଭବୁ ହେବା ପାରି

ମଣୁଥିବା ଯଦି ଈଶ୍ବର

ଈଶ୍ବରୀୟ ଗୁଣ ଧାରଣ କରିଣ

ପ୍ରିୟପାତ୍ର ବି ସକଳର

କର୍ମ ଯାତନା

ଜୀବନରୁ ଯିବ ଉଭେଇ

ଜନମ କରମ ହୋଇବ ସାର୍ଥକ 

ଥିଲେ ଗୁରୁ ପଦ ଧିଆଇ ।


Rate this content
Log in

Similar oriya poem from Inspirational