ମୁଁ ମୁଁ ନୁହେଁ
ମୁଁ ମୁଁ ନୁହେଁ
ମୁଁ ମୁଁ ହେଇ ନଥାନ୍ତି,
ଯଦି ସେମାନେ ମୋତେ
କୋଳେଇବାକୁ ନିଷ୍ପତି ନେଇନଥାନ୍ତେ।
ମୁଁ ମୁଁ ହେଇ ନଥାନ୍ତି,
ଯଦି ମା ମୋତେ ଗର୍ଭରେ ଧରି
ଯନ୍ତ୍ରଣା ସହି ନଥାନ୍ତେ ।
ମୁଁ ମୁଁ ହେଇ ନ ଥାନ୍ତି,
ଯଦି ମା ଜୀବନ ଗୋଟାକର ଯନ୍ତ୍ରଣା
ମୋତେ ଜନ୍ମ ଦେଲାବେଳେ ଅନୁଭବ କରି ନଥାନ୍ତା।
ମୁଁ ମୁଁ ହେଇ ନ ଥାନ୍ତି,
ଯଦି ରକ୍ତକୁ ପାଣି କରି ବାପା ମା ମୋତେ ଲାଳନ ପାଳନ ନକରି ଥାନ୍ତେ।
ମୁଁ ମୁଁ ହେଇ ନ ଥାନ୍ତି,
ଯଦି ମୋ ମୁଣ୍ଡରେ ତାଙ୍କର ହାତ ନଥାନ୍ତା ।