ଅଳ୍ପକୁ
ଅଳ୍ପକୁ
ଅଳ୍ପଙ୍କୁ କେବଳ ବିଦିତ ସତ୍ୟ
ଅବଶେଷ ସବୁ ଭ୍ରମରେ ମତ୍ତ
ସେମାନେ ତୁମ୍ଭଙ୍କୁ କରିବେ ଘୃଣା
ବିଦ୍ରୁପେ ହସି ଦେବେ ଲାଞ୍ଛନା ।
ତଥାପି ହେ କବି ନଦେଇ ଦୃଷ୍ଟି
କରିଚାଲ ଛନ୍ଦେ ନୂତନ ସୃଷ୍ଟି
ଦିବ୍ୟଜ୍ଞାନର ମଶାଲ ଜାଳି
କାବ୍ୟକ୍ ଛାନ୍ଦରେ କଲମ କାଳି ।
ଅଜ୍ଞାନର ଘନ ଅନ୍ଧାର ଠେଲି
ସାରାଂଶ ରେ ଭରି ଫଗୁଆ ହୋଲି
ମାଡି ଯାଅ ଦେଶ ଗଗନ ପ୍ରାନ୍ତ
ଓଡିଶା ଭାଷାରେ ନ ରହୁ ଶ୍ରାନ୍ତ ।
ଭାଷାକୁ ହୃଦୟେ କରି ଜାଗର
ଦିଅ ସଂସାରକୁ ବିଦ୍ୟା ଅପାର
ନିନ୍ଦା ପ୍ରସଂସାକୁ ଠେଲି ଦୂରକୁ
କର୍ମ କର କବି ଯୁଗ ଯୁଗକୁ ।
ପୂଜା ପାଇବାର ଇଛା ନ ରଖି
ଓଡିଶା ଭାଷାକୁ ଦିଅହେ ଆଖି
ବିଶ୍ୱାସ ଥିଲେ ଆସଇ ଭାଷା
ଭାଙ୍ଗି ନ ଜାଉ କ୍ଷଣିକ ଆଶା ।
ଅକ୍ଷର ଅକ୍ଷର ଯୋଡି କବିତା
ଯେମିତି ଭାବନା ସେମିତି କଥା
ଅଳ୍ପକୁ ଅଳ୍ପରେ ଯୋଡ଼ାଇ ଦ୍ୱନ୍ଦ
ହୋଇ ଯିବ ନିଶ୍ଚେ କବିତା ଛନ୍ଦ ।