ଗାନ୍ଧୀଙ୍କ ସପନ
ଗାନ୍ଧୀଙ୍କ ସପନ
ଆଜିଠୁ ଆମେ ଶପଥ ନେବା
ସାରା ବିଶ୍ୱବାସୀ ଏକ ହୋଇବା
ଆତଙ୍କବାଦ ନାଶ କରିବା
ପ୍ରେମର ଦୀପ ଆମେ ଜାଳିବା
ଆରୋଗ୍ୟ ବିଶ୍ୱ ଆମେ ଗଢିବା l
ପ୍ଲାଷ୍ଟିକ ବର୍ଜନ ଆମେ କରିବା
ଶାନ୍ତି ଅହିଁସାର ଗୀତ ଗାଇବା
ପରିବେଶ ସୁରକ୍ଷା ସଦା ରଖିବା
ଅରଟରେ ଲୁଗା ଆମେ ବୁଣିବା
ଗାନ୍ଧୀ ଜୟନ୍ତୀ ଆମେ ପାଳିବା l
ବିଭିନ୍ନତା ମଧ୍ୟେ ଏକତାର ଗାନ
ସାନ ବଡ ଆମେ ସର୍ବେ ସମାନ
ସରଳ ଜୀବନ ଆମ ସପନ
ଖଦଡ଼ ବ୍ୟସନ କରି ପରିଧାନ
ନଥିବ ମାନ ଆଉ ଅଭିମାନ l
ଭାଇଚାରାରେ ହେବା ବନ୍ଧନ
ସୁସ୍ଥ ଶିକ୍ଷିତ ସମାଜ ହେବ ଗଠନ
ନାରୀଙ୍କୁ ଦେବା ଆମେ ସନ୍ନମାନ
ପୂର୍ଣ୍ଣ କରିବା ଗାନ୍ଧୀଙ୍କ ସପନ
ସୁନାର ବିଶ୍ୱ ହେଉ ସଭିଙ୍କ ସପନ l
