Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashanta Padhan

Inspirational

3  

Prashanta Padhan

Inspirational

ସିନ୍ଦୂର ଗୋ ତୁମେ

ସିନ୍ଦୂର ଗୋ ତୁମେ

1 min
264


ସିନ୍ଦୂର ଗୋ ତୁମେ ଇନ୍ଦୁର ଚମକ

ନବବଧୂର  ସିନ୍ଥିରେ

ସମାଜରେ ତାର ପରିଚୟ ତୁମେ

ଆଉ ଏକ ଆରମ୍ଭରେ  ।।

ସିନ୍ଦୂର ଗୋ ତୁମେ ମର୍ଯ୍ୟାଦାର ଚିହ୍ନ

ସଧବାର ଶରୀରରେ

ଦାମ୍ପତ୍ୟ ଜୀବନେ ସ୍ୱର୍ଗସୁଖ ତୁମେ

ପ୍ରତିକ୍ଷଣ  ମୁହୂର୍ତ୍ତରେ  ।।

ସିନ୍ଦୂର ଗୋ ତୁମେ ଆଶାର କିରଣ

ପ୍ରେମିକାର ହୃଦୟରେ

ନିଚ୍ଛକ ପ୍ରେମର ସାକ୍ଷୀ ସାଜି ତୁମେ

ବାନ୍ଧିଦିଅ  ବନ୍ଧନରେ  ।।

ସିନ୍ଦୂର ଗୋ ତୁମେ ସ୍ୱପ୍ନର ନୀଡ଼ଟେ

କୁଆଁରୀର ନୟନରେ

ଶୂନ୍ୟ ଫରୁଆକୁ  ପୂର୍ଣ୍ଣକର ତୁମେ

କେବେ ଦିନେ ବାସ୍ତବରେ ।।

ସିନ୍ଦୂର ଗୋ ତୁମେ ଅଭିଶପ୍ତ ଦାଗ

ବିଧବାର ଜୀବନରେ

କଣ୍ଟାର ଆଘାତ ଦେଇଥାଅ ତୁମେ

ଲିଭିଯାଇ ଅବେଳରେ  ।।


Rate this content
Log in

Similar oriya poem from Inspirational