STORYMIRROR

Dharitri Mallick

Inspirational

3  

Dharitri Mallick

Inspirational

କାଲି ଯଦି ମୁଁ ନ ରୁହେ

କାଲି ଯଦି ମୁଁ ନ ରୁହେ

1 min
298


କାଲି ଯଦି ମୁଁ ନ ରୁହେ ....

କିଛି ବି ଫରକ୍ ନ ପଡ଼େ କାହାକୁ ।।

ଜୀବନ ଯାହାର ଅଛି...

ସେ ବଞ୍ଚି ଚାଲେ ସେମିତି ।।


ଜଣେ ଦୁଇଜଣ ଅତି ଘନିଷ୍ଠ

କାନ୍ଦିବେ କିଛି ଦିନ ...

ପୁଣି ଗଡ଼ି ଚାଲିବ ଜୀବନର ଗାଡ଼ି

ଏଠି କିଏ କାହା ପାଇଁ ଅଟକିଯିବ କାହିଁ ?


ଜୀବନର ଗତିକୁ କେ ରୋକିବ କେମିତି ?

ଜୀବନର ନାମ ଆଗକୁ ବଢ଼ିବାରେ

ପଛ ସ୍ମୃତିକୁ ପଛରେ ରଖି

ଆଗକୁ ଆଗେଇ ଚାଲ ତୁମେ ନିତି ।।


ନିଜ କର୍ମ କର ଉଚ୍ଚ,

ମନ ରଖ ସ୍ୱଚ୍ଛ ।।

ବିବେକ କର ଜାଗ୍ରତ,

ବଞ୍ଚ ସ୍ୱାଭିମାନର ଜୀବନ ।।


ଆତ୍ମସମ୍ମାନ ଆଗେ ସବୁକିଛି ତୁଛ

ନିଜ ମାତା ପିତା ମାତୃଭୂମି

ପାଇଁ କର ଜୀବନ ଉତ୍ସର୍ଗ ।।


କାଲି ଯଦି ମୁଁ ନ ରୁହେ....

ଏ କଥା ମୋର ନିଶ୍ଚୟ ମନେ ପଡ଼ିପରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational