STORYMIRROR

Dharitri Mallick

Others

3  

Dharitri Mallick

Others

ଭଙ୍ଗା କଳା ସିଲଟ ମୋର

ଭଙ୍ଗା କଳା ସିଲଟ ମୋର

1 min
185


ଛୁଆବେଳର ସେଇ ଭଙ୍ଗା ସିଲଟ

ମନେ ପକାଏ ଆଜି କଥା ଅନେକ

ସେଇ ସିଲଟ ମୋର ଥିଲା ଅତି ନିଜର

କଳା ରଙ୍ଗ ହେଲେ ମଧ୍ୟ

ମୋହି ରଖୁଥିଲା ମନକୁ ମୋର (୧)


କେତେ କଣ ଲେଖି ଲିଭେଇ ଦେଉ

ଓଦା କପଡ଼ାରେ ପୋଛି ଦେଉ

ତା ଦେହରେ ଆଙ୍କିଥିବା ଧଳା ଦାଗ

କି ସୁନ୍ଦର ବାସନା ହୁଏ ସେ ସିଲଟ ମୋର

ମନ ହୃଦୟକୁ ଶୀତଳତା ଦିଏ

ଖୁସୀ ଆନନ୍ଦରେ ଭରି ଦିଏ ମନ ମୋର (୨)


ଜାଣେନି କାହିଁକି ଲାଗେ ଅତି ନିଜର

ଅତି ପ୍ରିୟ ମୋର ସେହି କଳା ସିଲଟ

ଯେବେ ଭାଙ୍ଗିଗଲା ହାତରୁ ଖସି

କାନ୍ଦିଛି ବହୁତ ବାହୁନି ବାହୁନି (୩)


ଚେଷ୍ଟା କରିଛି ତାକୁ ଯୋଡିବାକୁ ଅନେକ ଥର

ହେଲେ ସେ କି ଆଉ ଯୋଡ଼ି ହେବ ?

ସଜାଇ ରଖିଲି ବହି ଥାକରେ ମୋର

ଲେଖି ଦେଉଥିଲି କେତେ ପାଠ ସେଥିରେ (୪)


ଓଦା କନାରେ ପୋଛି ପୋଛି

ସୁଖାଉଥିଲୁ ଗୀତ ଗାଇ ଗାଇ

ନଈ ପାଣି ନଈକୁ ଯାଆ

କୂଅ ପାଣି କୂଅକୁ ଯାଆ

ମୋ ସିଲଟ ଶୁଖିଯା (୫)


ସେ ଖୁସି ଆନନ୍ଦକୁ କଣ

କରିହେବ କି ପ୍ରକାଶ ?

ସେଇ ଭଙ୍ଗା ସିଲଟ କଳା ସିଲଟ

ମନେ ପଡ଼େ ଆଜି ବହୁତ (୬)


କାଗଜ କଲମ ମୋବାଇଲ ଦୁନିଆରେ

ସେ ସିନା ହଜିଯାଇଛି ବୋଲି ଭାବୁ

ହେଲେ ମନ ହୃଦୟରେ ଆଜି ବି ଜୀବିତ

ମୋର ସେଇ କଳା ଭଙ୍ଗା ସିଲଟ . (୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍