STORYMIRROR

Dharitri Mallick

Inspirational Others

3  

Dharitri Mallick

Inspirational Others

ପହିଲି ରଜ

ପହିଲି ରଜ

1 min
334

ଆଜି ପହିଲି ରଜ ,ହଁ ପହିଲି ରଜ !

ବରଷେ ଥରେ ଆସେ ରଜ, 

ସଙ୍ଗେ ଆଣିଥାଏ କେତେ ଯେ ଭେଟି

ମନ ତ ଖୁସିରେ ଯାଏ ଝୁମି ଝୁମି, 

କେତେ ପିଠା ପଣା ହୁଏ ତିଆରି

ଝିଅମାନେ ଆଜି ହୁଅନ୍ତି କେତେ ଯେ ସଜ ବାଜ,

ଗଛ ଡାଳେ ଦୋଳି ଲଗେଇ, 

କେତେ ଖୁସିରେ ଖେଳନ୍ତି ହସି ହସି

ହେଲେ ଏବେ କାହିଁ ସେ ହସ ଖୁସି, 

କାହିଁ ସେ ରଜ ଦୋଳି, କାହିଁ ସେ ସରାଗ ? 

ସବୁ ଗଛକୁ ତ ଦେଲେ ଯେ କାଟି

ଏବେ ସବୁ କିଛି ଲାଗେ ମିଛି ମିଛିକା, ଫିକା ଫିକା

ଆଉ କରୋନା ଭୟରେ ସମସ୍ତେ ଗୃହବନ୍ଦୀ

କେମିତି ପାଳିବ ଏ ରଜ ପରବ ? 

ନା ଏ ବର୍ଷ ପାଳିବିନି କିଛି ରଜ ପର୍ବ 

ନା ହେବ ରଜ ଦୋଳି ଖେଳ, 

ନା ଲଗା ହେବ ପାଦରେ ଅଳତା ...

ନା ଆଜି ମନ ହେଉନି ପିନ୍ଧିବାକୁ ପାଉଁଜି, 

ନା ହେବାକୁ ସଜ ବାଜ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational