STORYMIRROR

Dharitri Mallick

Inspirational Others

3  

Dharitri Mallick

Inspirational Others

ଅଳପ କଳ୍ପନା ତୁମେ ଅଳପ ସତ

ଅଳପ କଳ୍ପନା ତୁମେ ଅଳପ ସତ

1 min
193

ଅଳପ କଳ୍ପନା ତୁମେ ଅଳପ ସତ

ଲୁଚାଓ ବହୁତ ସତ କୁହ କମ୍

ମିଛ ର ଭଣ୍ଡାର ତୁମେ ।


କେଉଁ କଥା ସତ ଆଉ କେଉଁଟା ମିଛ

ଏ କଥା ଜାଣିବା ତ ବହୁତ କଷ୍ଟ

ଏତିକି ସ୍ପଷ୍ଟ ତୁମେ ବଡ଼ ଠକ ପ୍ରବଞ୍ଚକ।


ତୁମ ପ୍ରତାରଣା ରେ ଆଜି ହୃଦୟ

ଖଣ୍ଡିତ ,ରକ୍ତାକ୍ତ ,କ୍ଷତ ବିକ୍ଷତ 

ଚେହରା ତୁମର ଅଟେ ଯେତିକି ସୁନ୍ଦର

ହେଲେ ଚରିତ୍ର ଉଦ୍ଦେଶ୍ୟ ତୁମର

ନୁହେଁ ସେତିକି ସୁନ୍ଦର।


ମନେ ତୁମର ଭରି ରହିଛି ଖାଲି କପଟ

ତୁମକୁ ଚିହ୍ନିବା ଯେତିକି କଷ୍ଟ

ବିଶ୍ୱାସ କରିବା ତହୁଁ ଅଧିକ କଷ୍ଟ ।


ଅଳପ ଦିନର ସମ୍ପର୍କ ହେଲେ ଗଭୀର ବହୁ

କିଛି ଦିନ ର ସମ୍ପର୍କ ହେଲେ ଶିଖେଇ ଦେଲା

ଜୀବନର ଅନେକ ଗାଥା ଗୁଢ଼ ରହସ୍ୟ।


ଖୋଲିଦେଲା ଅନେକ ପରଦା

ଯାହା ଆଜି ଯାଏ ଥିଲା ଅବୁଝା, ଅସ୍ପଷ୍ଟ

ମିଲୁ ପଛେ ଯେତେ କଷ୍ଟ ଦୁଃଖ ଯନ୍ତ୍ରଣା

ବହୁ କିଛି ଶିଖେଇ ଗଲା ବୁଝେଇ ଗଲା

କିଛି ଅମୂଲ୍ୟ ଜ୍ଞାନ ଦେଇଗଲା ।


ଯେଉଁଠି ଅନ୍ଧାର ପୁଣି ସେଇଠି ବି ଆଲୋକ

ଯେଉଁଠି ସତ୍ୟ ସେଇଠି ବି ମିଥ୍ୟା ର ଛାଇ

ଯେଉଁଠି ଫୁଲ ସେଇଠି ବି କଣ୍ଟା

ଯେଉଁଠି ସୁଖ ତା ପଛେ ଅଛି କିଛି ଦୁଃଖ।


ସେଥି ପାଇଁ ତୁମ କୁ କ୍ଷମା କ୍ଷମା କରିଦେଇଛି

ହେଲେ କ୍ଷମା ମାନେ ନୁହେଁ ପୁଣି ଗ୍ରହଣ କରିବା

ତୁମେ ତୁମ ଚଲା ବାଟେ ଜୀବନେ ହୁଅ ଅଗ୍ରସର

ତୁମେ ବି ସୁଖ ଶାନ୍ତିରେ ରୁହ ମୋତେ ବି ଦିଅ 

ଶାନ୍ତିରେ ରହିବାକୁ ଆଉ ଆଗକୁ ବଢ଼ିବାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational