Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Fantasy Others

4.0  

Dharitri Mallick

Fantasy Others

ସ୍ବପ୍ନ ଓ ରହସ୍ୟ

ସ୍ବପ୍ନ ଓ ରହସ୍ୟ

1 min
233


ସବୁ ସ୍ବପ୍ନ ପଛରେ ଲୁଚି ରହିଥାଏ

ଏକ ରହସ୍ୟ ଯାହା ଅଜ୍ଞାତ

କେବେ ଉନ୍ମୋଚିତ ହୁଏ ଏ ରହସ୍ୟ 

ଆଉ କେବେ ଏ ରହସ୍ୟ 

ରହି ଯାଏ ରହସ୍ୟ ହୋଇ ।। 


ଅନେକ ସ୍ବପ୍ନ ବାସ୍ତବତାର ପ୍ରହାରେ

ହୁଏ ଚୁନା ଚୁନା , ହରାଏ ଅସ୍ତିତ୍ବ

ସବୁ ସ୍ବପ୍ନର କେବେ ହୁଏନି ପୂର୍ଣ୍ଣାହୁତି ।।


ସ୍ବପ୍ନ ରହସ୍ୟର ମାୟାଜାଲରେ

ଏବେ ବି ଆମେ ସମସ୍ତେ ବନ୍ଦୀ 

ଗଭୀର ନିଦ୍ରା ଆଉ ରାତ୍ରିର ଦୁନିଆ

ମନ କେଉଁଠି ଥାଏ କେ କହି ପରେ ?


କେତେ ଯେ ରାଇଜ ବୁଲି ଆସେ

ବିନା ଆଲୋକେ ବିନା ଗାଡ଼ିରେ

ବିନା ବାଧା ବିନା ବିଘ୍ନେ 

କୁଆଡେ଼ କେଉଁ ଅଜଣା ଅଚିହ୍ନା ଦୁନିଆ


ହତ ଚକିତ ହୁଏ ଯେବେ 

ନିଦ୍ରା ଭାଙ୍ଗେ ସ୍ବପ୍ନ ଭାଙ୍ଗେ ।

କି ଛୁଆ କି ଯୁବା କି ବୟସ୍କ

ସମସ୍ତେ ଏ ସ୍ବପ୍ନର ମାୟା ନଗରୀ ରେ

କରନ୍ତି ଭ୍ରମଣ ହୋଇ ଯାଯାବର



Rate this content
Log in